ନାଲକୋନଗରରେ ବିଶ୍ୱକର୍ମା ପୂଜା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ

An Independent Media

ନାଲକୋନଗର : ନାଲକୋନଗରରେ ବିଶ୍ୱକର୍ମା ପୂଜା ନେଇ ସମସ୍ତ ପୂଜା କମିଟିର କର୍ମକର୍ତ୍ତା ପୂଜାରେ ତୋରଣକୁ ଆକର୍ଷଣୀୟ କରିବା ସହ ମୂର୍ତ୍ତି ଓ ଭିତର ସାଜସଜା ନେଇ ପ୍ରତିଯୋଗିତାମୂଳକ ଭାବେ ନୂତନ ଧରଣର କରିବା ପାଇଁ ଚେଷ୍ଟା ଚଳାଇଛନ୍ତି । ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ଜୋରଦାର ଆଗେଇ ଚାଲିଛି ଏବଂ ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀ ଏବଂ କାରିଗର ବିଭିନ୍ନ କାର୍ଯ୍ୟରେ ଲାଗି ପଡିଛନ୍ତି । ବିଗତ ବର୍ଷ ପରି ଏହି ବର୍ଷ ମଧ୍ୟ ୧୭ ତାରିଖରୁ ପୂଜା ଆରମ୍ଭ ହୋଇ ୨୩ ତାରିଖ ଭସାଣି ଉତ୍ସବ ଅନୁଷ୍ଠିତ ହେବ । ଏବେ ଠାରୁ ତୋରଣକୁ ଦେଖିବା ପାଇଁ ନାଲକୋ ଏବଂ ଏହାର ଆଖପାଖ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ପୂର୍ବ ବର୍ଷ ଭଳି ଏହି ବର୍ଷ ମଧ୍ୟ ୨୩ ଟି ମଣ୍ଡପରେ ବିଶ୍ୱକର୍ମା ପୂଜା ଅନୁଷ୍ଠିତ ହେବ । ସିଭିଲ, ଇଲେକ୍ଟ୍ରିକାଲ, ମୋବାଇଲ ଇକ୍ୟୁପ୍ମେଣ୍ଟ ସପ୍, ରୁଲିଙ୍ଗ ପ୍ଲାଣ୍ଟ, ପଟ୍ଲାଇନ୍, କାଷ୍ଟ ହାଉସି୍ -ଏ ଏବଂ ବି, ପଟଲାଇନ ଇଲେକ୍ଟ୍ରିକାଲ, ରଡିଙ୍ଗ ସପ୍ – ୧ ଏବଂ ୨, କାର୍ବନ ଏରିଆ, ନାଲକୋ ଠିକାଦାର ସଂଘ, ପିଟିଏମ୍ ସପ୍ ପ୍ରଭୃତି ପୂଜା ମଣ୍ଡପରେ ବିଶ୍ୱକର୍ମା ପୂଜା ପାଇବେ ।

error: Thank You Keep Visiting