ପାଲଲହଡା ବିଧାୟକଙ୍କ ଦ୍ୱାରା ବିଜୁ ଯୁବ ବାହିନୀଙ୍କୁ ଜର୍ସି ବଣ୍ଟନ
ପାଲଲହଡା : ବିଧାନସଭା ନିର୍ବାଚନ ମଣ୍ଡଳୀରେ ପାଲଲହଡା ବ୍ଲକ ଓ କଣିହାଁର ୧୯ଟି ପଞ୍ଚାୟତ ଅନ୍ତର୍ଭୁକ୍ତ । ପାଲଲହଡା ବ୍ଲକରେ ୧୭୪୫ ବିଜୁ ଯୁବ ବାହିନୀ କର୍ମୀ ଓ କଣିହାଁ ବ୍ଲକର ୧୯ଟି ପଞ୍ଚୟତରେ ୧୪୪୫ ବିଜୁ ଯୁବ ବାହିନୀ କର୍ମୀ । କଣିହାଁ ବ୍ଲକର ସମଲ ବିଜେଡି କାର୍ଯ୍ୟାଳୟ ଠାରେ ୧୪୪୫ ବିଜୁ ଯୁବ ବାହିନୀ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୬୭୫ ବିଜୁ ଯୁବ ବାହିନୀଙ୍କୁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ନିଜ ପ୍ରଚେଷ୍ଠାରେ ଜର୍ସି ବଣ୍ଟନ କରିଥିଲେ, କଣିହାଁ ବ୍ଲକର ବିଜୁ ଯୁବ ବାହିନୀର କୋଡିନେଟର ଭିକାରୀ ଜେନା, ବ୍ଳକ ବିଜେଡି କାର୍ଯ୍ୟକାରୀ ସଭାପତି ଶ୍ୟାମ ସୁନ୍ଦର ସାହୁ, ବ୍ଲକ ବିଜୁ ଯୁବ ବାହିନୀ ସଭାପତି ବିକାଶ ପ୍ରଧାନ, ଜିଲ୍ଲା ଯୁବ ଉପ ସଭାପତି ସୁନିଲ ପ୍ରଧାନ ଓ ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ ଆବାହକ ବୁଦ୍ଧିବନ୍ତ ସାହୁଙ୍କ ସହିତ ସମସ୍ତ ବିଜୁ ଯୁବ ବାହିନୀ କର୍ମୀ ଉପସ୍ଥିତ ଥିଲେ ।