ନାଲକୋନଗର ବିଶ୍ୱକର୍ମା ପୂଜାରେ ୨୨ଟି ଆକର୍ଷଣୀୟ ତୋରଣ ଓ ୨୩ ଟି ମଣ୍ଡପ

An Independent Media

ଅନୁଗୋଳ: ନାଲକୋ ନଗରଠାରେ  ସମସ୍ତ ପୂଜା କମିଟି ର କର୍ମକର୍ତ୍ତା ଆକର୍ଷଣୀୟ ତୋରଣ ଓ ମଣ୍ଡପ ସାଜସଜା ନେଇ ପ୍ରତିଯୋଗିତା ମୂଳକ ଭାବେ ନୂତନ ଧରଣର ସାଜସଜା କରିଛନ୍ତି । ଏହି ବିଶ୍ୱକର୍ମା ପୂଜା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରର ଶିଳ୍ପୀ ଏବଂ କାରିଗର ଦିନ ରାତି ଲାଗି ତାରିଖ ପୂର୍ବରୁ ଶେଷ କରିଥିଲେ । ଏଠାରେ ୨୨ ଟି ଆକର୍ଷଣୀୟ ତୋରଣ, ୨୩ ଟି ମଣ୍ଡପ, ସୁନ୍ଦର ସୁନ୍ଦର ଆଲୋକରେ ସାଜସଜା ହୋଇଛି । ସଭିଲ, ଇଲେକ୍ଟ୍ରିକାଲ, ମୋବାଇଲ, ଇକ୍ୟୁପମେଣ୍ଟ ସପ, ରୁଲିଙ୍ଗ ପ୍ଲାଣ୍ଟ, ପଟଲାଇନ୍, କାଷ୍ଟ ହାଉସି ଏ ଏବଂ ବି, ପଟଲାଇନ୍ ଇଲେକ୍ଟ୍ରିକାଲ, ରଡିଙ୍ଗ ସପ୍- ୧ ଓ ୨, କାର୍ବନ ଏରିଆ, ନାଲକୋ ଠିକାଦାର ସଂଘ, ପିଟିଏମ୍ ସପ୍ ପ୍ରଭୃତି ପୂଜା ମଣ୍ଡପରେ ବିଶ୍ୱକର୍ମା ପୂଜା ପାଇବେ । ମୀନା ବଜାରରେ ପ୍ରବଳ ଭିଡ ଜମୁଛି । ଶାନ୍ତି ଶୃଙ୍ଖଳାରେ ପୂଜା ୧୭/୦୯/୧୮ ରିଖ ଠାରୁ ୨୩/୦୯/୧୮ ରିଖ ପର୍ଯ୍ୟନ୍ତ ଚାଲିବ ।

error: Thank You Keep Visiting