କରଡେଇ-ବୁରୁବାହାଳ ଟିକିରା ସେତୁର ଭିତ୍ତିପ୍ରସ୍ତର ସ୍ଥାପନ

Straight to the Point

କଣିହାଁ : କଣିହାଁ ବ୍ଲକର ଗଦାଶିଳା ପଞ୍ଚାୟତ ଅନ୍ତର୍ଗତ କରଡେଇ ଠାରେ କରଡେଇ – ବୁରୁବାହାଳ ଟିକିରା ସେତୁ ନିର୍ମାଣ ନିମିତ ଭିତ୍ତିପ୍ରସ୍ତର ସ୍ଥାପନ କରା ଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସୂଚନା ଲୋକ ସଂପର୍କ ମନ୍ତ୍ରୀ ପ୍ରତାପ ଜେନା, ସମ୍ମାନୀତ ଅତିଥି ଭାବରେ ପାଲଲହଡା ବିଧାୟକ ତଥା ଜିୁଲ୍ଲା ଯୋଜନା ବୋଡ ଅଧ୍ୟକ୍ଷ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଅନୁଗୋଳ ଜିଲ୍ଲାପରିଷଦ ଅଧ୍ୟକ୍ଷା ବାସନ୍ତୀ କିଶାନ, ରାଷ୍ଟ୍ରପତି ପୁରଷ୍କାରପ୍ରାପ୍ତ ଅବସରପ୍ରାପ୍ତ ଶିକ୍ଷକ ପଦ୍ମ ଚରଣ ମହାପାତ୍ର, ପୁମୁଖ ଯୋଗଦେଇ ଆନୁଷ୍ଠାନିକ ଭାବରେ ଭିତିପ୍ରସ୍ଥର ସ୍ଥାପନ କରିଥିଲେ ।

ଭାଷଣ ପ୍ରସଙ୍ଗରେ ମନ୍ତ୍ରୀ ଶୀ ଜେନା ଉକ୍ତ ସେତୁ ସଂପର୍କରେ ସେତୁ ହେବ ବୋଲି କହିବା ସହ ନବୀନ ସରକାରଙ୍କ ବିଭିନ୍ନ ଜନମଙ୍ଗଳ ଯୋଜନା ସଂପର୍କରେ ଆଲୋକପାତ କରିଥିଲେ । ସଭାରେ ବିଧାୟକ ମହେଶ ସାହୁ ମଂଚ ପରିଚାଳନା କରିଥିବା ବେଳେ ଅବସରପ୍ରାପ୍ତ ଶିକ୍ଷକ ପଦ୍ମଚରଣ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପୂର୍ବରୁ ମନ୍ତ୍ରୀ ତଥା ଅତିଥି ମାନଙ୍କୁ ବିଜେଡିର କର୍ମୀ ଓ ଜନସାଧାରଣଙ୍କ ଦ୍ୱାରା ଏନଟିପିସି ଏମଜିଆର ଠାରୁ ଏକ ବିରାଟ ସେଭାଯାତ୍ରାରେ ସଭାସ୍ଥଳୀ ପର୍ଯ୍ୟନ୍ତ ପାଛୋଟି ଅଣାଯାଇଥିଲା । ଉକ୍ତ ସେତୁ ନିମିତ ପ୍ରାୟ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ ଓ ଆସନ୍ତା ୨୦୨୦ ମାର୍ଚ୍ଚ ସୁଧା ନିର୍ମାଣ କାର୍ଯ୍ୟ ସରିବ ବୋଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ପ୍ରକାଶ ।