ଗାଁ ୱାର୍ଡ କମିଟି ଗଠନ ପାଇଁ ଗାଁ ଗାଁ ବୁଲିଲେ ନାରୀଶକ୍ତି ସଭାନେତ୍ରୀ

An Independent Media

ଖଇରା: ବାଲେଶ୍ୱର ଜିଲ୍ଲା ସେରଗଡଠାରେ ଥିବା ସ୍ୱେଚ୍ଛାସେବୀ ଅନୁଷ୍ଠାନ ନାରୀଶକ୍ତିର ସଭାନେତ୍ରୀ ରେଣୁ ବିଶ୍ୱାଳ ଔପଦା ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତର ୱାର୍ଡ କୁ ଯାଇ ୱାର୍ଡ ମେମ୍ବରମାନଙ୍କୁ ନେଇ ୱାର୍ଡ କମିଟି ଗଠନ କରିଛନ୍ତି । ବିଭିନ୍ନ ଗ୍ରାମାଞ୍ଚଳରେ ଯୁବକ ଓ ମହିଳାଙ୍କ ଦ୍ୱାରା ନାରୀଶକ୍ତିର ସଭାନେତ୍ରୀ ରେଣୁ ବିଶ୍ୱାଳଙ୍କର ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରାଯାଇଥିବା ବେଳେ କେହିକେହି ଏହା ରାନୈତିକ ପ୍ରଚାର ନୁହେଁତ ବୋଲି ପ୍ରଶ୍ନ କରିଥିଲେ । ସାମ୍ବାଦିକ ମାନଙ୍କର ପ୍ରଶ୍ନରେ ନାରୀନେତ୍ରୀ ରେଣୁ ବିଶ୍ୱାଳ କହିଛନ୍ତି ମୁଁ ବାଲେଶ୍ୱରର ଝିଅ ପୁରୀ ବଡଦାଣ୍ଡ ଜଗନ୍ନାଥ ଧାମର ବୋହୂ ହୋଇଥିବାରୁ ଜଗତରନାଥ ଜଗନ୍ନାଥ ମୋତେ ଅବହେଳିତ ଜନତାର ସେବା କରିବା ପାଇଁ ଜନ୍ମ ଦେଇଛନ୍ତି । ତେଣୁ ମୁଁ ମୋର ଆରାଧ୍ୟ ଦେବତା ସେହି ବଡଦାଣ୍ଡର ବଡଠାକୁରଙ୍କ ନିର୍ଦ୍ଦେଶରେ ଅବହେଳିତ ଜନତାର ସେବାକରିବକୁ ପଦାକୁ ବାହାରିଛି ଏବଂ ସେବା କରୁଛି ମଧ୍ୟ । ଜୀବନ ସାରା ସେବାକରିବା ପାଇଁ ମଧ୍ୟ ସଂକଳ୍ପ ନେଇଥିବାରୁ ଗାଁ ଗାଁ ବୁଲିବାକୁ ପଡୁଛି । ଯଦି ଜନସାଧାରଣଙ୍କର ଅକୁଣ୍ଠିତ ସହଯୋଗ ଓ ବୁଦ୍ଧିଜୀବି ମାନଙ୍କର ସାହାଯ୍ୟ ମିଳିବ ମୁଁ ଗରିବ ଅବହେଲିତ ଜନତାର ସବୁକାମ କରିବାକୁ ପ୍ରସ୍ତୁତ ଅଛି । ମୋତେ ଯେଉଁ ରାଜନୈତିକ ପ୍ରଚାର କଥା ପଚରାଯାଉଛି ସମୟ ଏହାର ଜବାବଦେବ । ସବୁ ସେହି କାଳିଆର ଦୟା ମୁଁ ନିମିତ୍ତ ମାତ୍ର ବୋଲି ଶ୍ରୀମତୀ ବିଶ୍ୱାଳ କହିଥିଲେ । ଶ୍ରୀମତୀ ବିଶ୍ୱାଳ ଅବହେଳିତ ଜନତାଙ୍କର ସେବାରେ ଯେ ପରିଭାବରେ ନିଜକୁ ନିୟୋଜିତ କରିଦେଲେଣି ଭବିଷ୍ୟତରେ ମଦର ଟେରେସାଙ୍କ ଭଳି ହୋଇଯିବେ ବୋଲି ଅଂଚଳବାସୀ ଆଲୋଚନା କରୁଥିବାର ଜଣାପିଛି ।

error: Thank You Keep Visiting