ବିଶିଷ୍ଠ ସମାଜସେବୀ କାଳିଆ ବେହେରାଙ୍କ ଦେହାନ୍ତ

An Independent Media

ତାଳଚେର: ତାଳଚେର ପøରାଞ୍ଚଳ ୱାର୍ଡ ନଂ ୧ ର କାଳିଆ ବେହେରା ରାଜ୍ୟ ଜଳ ସଂପଦ ବିଭାଗରେ ଚାକିରୀ କରି ମଧ୍ୟ ଅବସର ସମୟରେ ଗଛ ଲଗାଇବା, ସାପ କାମୁଡିଲେ / କୁକୁର କାମୁଡିଲେ ବିଷ ବାହାର କରିବା, ଅସହାୟ ଲୋକଙ୍କୁ ସାହାଯ୍ୟ କରିବା ଇତ୍ୟାଦି କରୁଥିଲେ । ଗତ କାଲି ସକାଳ ୯ ଘଟିକା ସମୟରେ ଶ୍ରୀ ବେହେରାଙ୍କର ଦେହାନ୍ତ ହେଲା । ତାଙ୍କ ୪ ପୁଅ ଓ ୨ ଝିଅ ପ୍ରାୟ ସମସ୍ତେ ବିବାହିତ । ମର ଶରୀର ପାଖରେ ବିଜେପି ନେତା ପର୍ଶୁରାମ ବାରିକ, ବିଜେଡି ଯୁବ ନେତା ରଞ୍ଜିତ ରାଉତ, କାଉଁନସିଲର ରବି ବାରିକଙ୍କ ସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । କାଳିଆ ବେହେରାଙ୍କ ମୃତ୍ୟୁ ଖବର ଶୁଣି ପରିବାର ବର୍ଗଙ୍କୁ ଶୋକବାର୍ତ୍ତା ପ୍ରାଦାନ କରିଛନ୍ତି, ପାଲଲହଡା ବିଧାୟକ ତଥା ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ସ୍ତମ୍ଭକାର ବିଜୟ ମହାରଣା, ମହ୍ଲାର ଜିଲ୍ଲା ପ୍ରତିନିଧି ପ୍ରକାଶ ସାହୁ, ସାମ୍ବାଦିକ ତପନ ମହାରଣା, ଲିଙ୍ଗରାଜ ସ୍ପୋଟସର୍୍ ଅରଗାନାଇଜର ହରେଶ ସାହୁ, କୁନି ଶତପଥୀ, ପୁପୁନା ଦାସ, ସରକାରୀ ଓକିଲ ଅଜୟ ମିଶ୍ର, କିଶୋର କ୍ଲବ ସା ସଂପାଦକ ଦୀପକ ଥମ୍ବ ଓ ତାଳଚେର ଫୁଟବଲ ଆସୋସିଏସନ ସାଧାରଣ ସଂପାଦକ ମନୋଜ ଦାସ ।

error: Thank You Keep Visiting