ଟଳି ପଡିଲା ପାରାଦୀପ ଟ୍ରକ୍ ମାଲିକସଂଘର ତୋରଣ

An Independent Media

ପାରାଦୀପ: ଲଗାଣ ବର୍ଷା ଓ ପବନରେ ଭାଙ୍ଗିଗଲା ପାରାଦୀପ ଟ୍ରକ୍ ମାଲିକ ସଂଘର ପୂଜା ତୋରଣ । ବନ୍ଦର ନଗରୀ ପାରାଦୀପରେ ଅନୁଷ୍ଠିତ ହେଉଥିବା ବିଶ୍ୱକର୍ମା ପୂଜାର ଆଜି ହେଉଛି ୪ର୍ଥ ଦିନ । ପ୍ରତ୍ୟେକ ସଂନ୍ଧ୍ୟାରେ ବିଶ୍ୱକର୍ମା ପୂଜା ଦେଖିବାକୁ ଲକ୍ଷାଧିକ ଦଶକଙ୍କ ଭିଡ ପରିଲକ୍ଷିତ ହେଉଥିବାବେଳେ ଗତକାଲି ସଂନ୍ଧ୍ୟାରୁ ଲଗାଣ ବର୍ଷା ଓ ପବନ ଲାଗିଥିବାରୁ ପୂଜାର ମଜାକୁ ନଷ୍ଟକରି ଦେଇଛି । ଯାହା ଫଳରେ ଦୁରଦୁରାନ୍ତରୁ ଆସୁଥିବା ବ୍ୟବସାୟୀ ଓ ଉଠା ଦେକାନୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହୋଇଛନ୍ତି । ତେବେ ଆଜି ମଧ୍ୟ ତୁହାକୁ ତୁହା ବର୍ଷା ଓ ପବନ ଲାଗି ରହିଥିବାରୁ ପୂାଜ ଉପଲକ୍ଷେ କରାଯାଇଥିବା ପାରାଦୀପ ଟ୍ରକ୍ ମାିଲିକ ସଂଘ ପୂଜାମଣ୍ଡପର ତୋରଣ ଏବଂ ଓମଫା ପୂଜାମଣ୍ଡପର ଲାଇଟ୍ ଗେଟ୍ ଭାଙ୍ଗି ଯାଇଥିବାର ଦେଖିବାକୁ ମିଳିଛ । ଯାହା ପୂଜାର ମଜା ଫିକା ପକାଇ ଦେଇଛି ।

error: Thank You Keep Visiting