ବିଜେପିରେ ଯୋଗଦାନ କଲେ ୧୦୦ରୁ ଅଧିକ ବିଜେଡି ସମର୍ଥକ
ଜଗତସିଂହପୁର: ଜଗତସିଂହପୁର ବ୍ଲକର ତୁମ୍ବା ଅଣ୍ଡେଇସାହି ରାଧାମୋହନ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ବିଜେପି ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ନେତୃତ୍ୱରେ ଶତାଧିକ ବିଜେଡି ସମର୍ଥକ ବିଜେପିରେ ଯୋଗଦେଇଛନ୍ତି । ତୁମ୍ବା ଅଣ୍ଡେଇସାହି ଅଞ୍ଚଳର ବିଜେଡି ସମର୍ଥକ ମାନେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶ ତଥା ଭାରତ ଗଢିବାରେ ଯେଉଁ ସ୍ୱପ୍ନ ସାକାର କରିବାକୁ ଯାଉଛନ୍ତି ତାହା ବିକଳ୍ପ ନାହିଁ ଓ ଭାରତର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟଶଳୀକୁ ପାଥେୟ କରି ସେମାନେ ବିଜେଡିରେ ଯୋଗଦାନ କରିଛନ୍ତି । ଏହି ଯୋଗଦାନ ଉତ୍ସବରେ ପୂର୍ବତନ ବିଜେପି ଜିଲ୍ଲା ସଭାପତି ଉପେନ୍ଦ୍ରନାଥ ବିଶ୍ୱାଳ, ମଣ୍ଡଳ ପ୍ରଭାରୀ ମୋହିତ ମହାନ୍ତି, ସୁବାଷ ମହାନ୍ତି, ଗଣେଷ ପ୍ରସାଦ ମହାନ୍ତି, ସୁମନସନ୍ଦୀପ ମହାପାତ୍ର, ଚିନ୍ମୟ ବାରିକ, ମନୋରଞ୍ଜନ ସ୍ୱାଇଁ, ତୋଫାନ ନାଥ, ଭୁବନାନନ୍ଦ ମହାନ୍ତି ପ୍ରମୁଖ କର୍ମକର୍ତ୍ତା ଯୋଗଦାନ କରିଥିଲେ । ଶେଷରେ ବିନୋଦ ମହାନ୍ତି ଧନ୍ୟବାଦ ଦେଇଥିଲେ ।