ଚର୍ଚ୍ଚାରେ ମଉସା ଓ ଝିଆରିଙ୍କ ଅବୈଧ ପ୍ରେମ

An Independent Media

ତିର୍ତ୍ତୋଲ: ତିର୍ତ୍ତୋଲ ଥାନା ଅର୍ନ୍ତଗତ କୃଷ୍ଣାନନ୍ଦପୁର ଫାଣ୍ଡି ଅଧିନରେ ଥିବା କୋଲଟା ଗ୍ରାମରେ ଜନୈକ ମଉସା ଝିଆରି ପ୍ରତି ଥିବା ଅବୈଧ ପ୍ରେମକୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଯୋର ଧରିଛି । ଝିଆରିର ଭିଣୋଇ ବ୍ୟାଙ୍କ ଖାତାକୁ କୁଆଡ଼େ ମଉସା ପର୍ଯ୍ୟାପ୍ତ ପରିମାଣର ଅର୍ଥ ପଠାଉଥିଲେ । ଏକତରଫା ପ୍ରେମ କରୁଥିବା ମଉସା ଝିଆରିର ଦୁଇଯାଗା ବିଭାଗର ଭାଙ୍ଗିଦେଇଥିବା ଜଣାପଡ଼ିଛି । ମଉସା ମାଉସି ମଧ୍ୟରେ ଏବେ ଏକପ୍ରକାର ଝିଆରି ପ୍ରେମକୁ ନେଇ ସଂଗଠିତ ହୋଇଛି ପାରିବାରିକ କଳହ ।

ଝିଆରିକୁ ପାଇବା ପାଇଁ ମଉସା ତିର୍ତ୍ତୋଲ ଥାନାରେ ଅଫିସରଙ୍କୁ କାବୁ କରି ମିଥ୍ୟା ମାମଲା କରିଛନ୍ତି । ପୂର୍ବରୁ ଝିଆରିର ଭିଣୋଇ ବ୍ୟାଙ୍କ ଖାତାକୁ କୁଆଡ଼େ ଲକ୍ଷାଧିକ ଟଙ୍କା ପଠାଇଥିବା ଓ ଝିଆରି ଏହି ଅର୍ଥକୁ ଆତ୍ମସାତ କରିଥିବା ଘଟଣାକୁ ନେଇ ତିର୍ତ୍ତୋଲ ଥାନା ଅଫିସର ଝିଆରିକୁ ଡ଼ାକି ଟଙ୍କା ଫେରସ୍ତ ପାଇଁ ସାଧା କାଗଜରେ ଯୋର ଜବରଦସ୍ତ ଦସ୍ତଖତ କରାଇନେଇଥିବା ନେଇ ଝିଆରି ଜଣକ ଜଗତସିଂହପୁର ଆରକ୍ଷୀଅଧିକ୍ଷକଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି ।

ଅପରପକ୍ଷରେ ୬୦ ବର୍ଷରୁ ଉର୍ଦ୍ଧ ମଉସାଙ୍କ ୨୧ ବର୍ଷର ଝିଆରି ପ୍ରତି ଥିବା ପ୍ରେମ ବ୍ୟାପାରରେ ପୋଲିସର ତଦନ୍ତ ଓ କାର୍ଯ୍ୟକଳାପର ନିରପକ୍ଷତା ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏହି ଘଟଣା କୋଲଟା ଅଞ୍ଚଳର ସଙ୍ଖ୍ୟା ଲଘୁ ସମ୍ପ୍ରଦାୟର ଦୁଇ ପରିବାର ମଧ୍ୟରେ ଘଟୁଥିଲେ ମଧ୍ୟ ଏବେ ସ୍ଥାନୀୟ ଅଞ୍ଚଳରେ ବେଶ ଆଲୋଚନାର ଖୋରାକ ଯୋଗାଇଛି ।

error: Thank You Keep Visiting