୨୨ ଘଣ୍ଟା ଧରି ବିଦ୍ୟୁତ୍ କାଟ:ଏସଡିଓ କାର୍ଯ୍ୟାଳୟରେ ତାଲା ପକାଇଲେ ଉପଭୋକ୍ତା

An Independent Media

ଜଗତସିଂହପୁର: ରାଜ୍ୟରେ ବିଦ୍ୟୁତ୍ କାଟ ହେବ ନାହିଁ ବୋଲି ସରକାର ବାରମ୍ବାର ଘୋଷଣ କରୁଥିଲେ ମଧ୍ୟ ରଘୁନାଥପୁର ସେସୁ ଏସଡିଓଙ୍କ ପାଖରେ ତାର ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଛି । ରଘୁନାଥପୁର ଅଂଚଳରେ ଗତ କିଛିଦିନ ଧରି ଦିନକୁ ୮ ଘଂଟା, ୧୦ ଘଂଟା, ୧୨ ଘଂଟା, ୧୫ ଘଂଟା ବିଦ୍ୟୁତ୍ କାଟ କରାଯାଉଛି । ଏପରିକି ଗତ କାଲି ଠାରୁ ଆଜି ସଂନ୍ଧ୍ୟା ମଧ୍ୟରେ ୨୨ ଘଂଟା ଧରି ରଘୁନାଥପୁର ଅନ୍ଧାରରେ ରଖାଯାଇଛି । ରଘୁନାଥପୁର ଓ କିଶନ ନଗର ଅଂଚଳରେ ଗତକାଲି ରାତିରୁ ଆଜି ପର୍ଯ୍ୟନ୍ତ ୨୨ ଘଂଟା ଧରି ବିଦ୍ୟୁତ୍ କାଟ ହେବା ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି ।

ଉପଭୋକ୍ତାମାନେ ଅତିଷ୍ଟ ହୋଇ ଆଜି ରଘୁନାଥପୁର ସେସୁ ଏସ୍ଡିଓ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିଥିଲେ । ସେସୁ ଏସ୍ଡିଓ ଏବଂ କନିଷ୍ଟଯନ୍ତ୍ରୀ ଦିନ ୧ ଟାରେ ରଘୁନାଥପୁର ପୋଲିସ୍ ସହାୟତାରେ ପହଂଚି ଆନ୍ଦୋଳନକାରି ମାନଙ୍କୁ ବୁଝାସୁଝା କରିଥିଲେ । ମାତ୍ର ସେସୁ ନିର୍ବାହୀଯନ୍ତ୍ରୀ ଆସି ଏଠାରେ ଆନ୍ଦୋଳନ କାରିମାନଙ୍କ ସହିତ ଆଲୋଚନା ନକଲେ ତାଲା ଫିଟାଇବେ ନାହିଁ ବୋଲି ରୋକ୍ ଠୋକ୍ କହିଥିଲେ ଆନ୍ଦୋଳନକାରୀ ।

ଜଗତ୍ସିଂହପୁର ସେସୁ ନିର୍ବାହୀଯନ୍ତ୍ରୀ ଜଗଦିଶ ଚନ୍ଦ୍ର ସାହୁ ଟେଲିଫୋନ୍ ଯୋଗେ ଅପରାହ୍ନ ୪ ଟାରେ ରଘୁନାଥପୁରରେ ପହଂଚି ଉପଭୋକ୍ତା ମାନଙ୍କ ସହିତ ଆଲୋଚନା କରିବେ ବୋଲି ପ୍ରତିଶୃତି ଦେବା ପରେ ସେସୁ କାର୍ଯ୍ୟାଳୟ ତାଲା ଫିଟାଯାଇଥିଲା । ଅପରାହ୍ନରେ ସେସୁ ନିର୍ବାହୀଯନ୍ତ୍ରୀ ଶ୍ରୀ ସାହୁ ରଘୁନାଥପୁର ଥାନାରେ ପହଂଚିଥିଲେ । ସେଠାରେ ସେସୁ ଏସ୍ଡିଓ ସଂଜୟ ଦେହୁରୀ, ସେସୁ କନିଷ୍ଟଯନ୍ତ୍ରୀ ଅଶୋକ ମହାନ୍ତି, ଏନ୍ଜେନ୍ କନିଷ୍ଟଯନ୍ତ୍ରୀ ସିତାଂସୁ ନନ୍ଦ, ଥାନା ଆଇଆଇସି ରଂଜନ କୁମାର ମଲ୍ଲିକ ଉପସ୍ଥିତ ରହି ବିଦ୍ୟୁତ୍ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଥିଲେ ।

ରଘୁନାଥପୁର ଠାରେ ଏକ ଗ୍ରିଡ୍ ପ୍ରତିଷ୍ଠା କରାଗଲେ ବିଦ୍ୟୁତ୍ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ସେସୁ ନିର୍ବାହୀଯନ୍ତ୍ରୀ ଜଗଦିଶ ଚନ୍ଦ୍ର ସାହୁ କହିଥିଲେ । ଏହି ଆଲୋଚନାରେ ବିଜେପି ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀନେତା ପ୍ରଫେସର ରମାକାନ୍ତ ଭୋଇ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ମହାରଣା, ନିର୍ମଳ ମହାପାତ୍ର, ବିଜେପି ମଣ୍ଡଳ ସଭାପତି ସୁବାସ ଜେନା, ବିଜେପି ଯୁବନେତା ଯୋଗାନନ୍ଦ ବୋଷ, ସୁଧୀର ତ୍ରିପାଠୀ, ବିଜୟାନନ୍ଦ ମହାନ୍ତି, ସଞ୍ଜିବ ଦାସ, ଗଣେଶସାହୁ, ନଳିନି କାନ୍ତ ମହାରଣା, ପ୍ରଶାନ୍ତ ରାଉତ, ସନ୍ଦିପ ସାହୁ, ଉମାକନ୍ତ ସେନାପତି, ରାଜନ ସେନାପତି, ଅଶୋକ କୁମାର ଜେନା, ଜ୍ଞାନ ରଂଜନ ସ୍ୱାଇଁ, ପ୍ରମୁଖ ଶତାଧିକ ବିଜେପି ନେତା ଓ ଉପଭୋକ୍ତାମାନେ ଯୋଗଦେଇଥିଲେ ।

error: Thank You Keep Visiting