ବିଜେପି ତରଫରୁ ସାର କାରଖାନାର ଭିତି ପ୍ରସ୍ତର ଏକ ରାଜନୈତିକ ଚାଲ:କଂଗ୍ରେସ
ତାଳଚେର : ଗତ ୧୯୭୧ ମସିହାରେ ତାଳଚେର ବିକ୍ରମପୁର ଠାରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ତ୍ରିଗୁଣା ସେନ୍ କୋଇଲା ଭିତ୍ତିକ ସାର କାରଖାନା ଶୁଭ ଦେଇଥିଲେ । କୋଇଲାରୁ ସାର ଉତ୍ପାଦନ ସଫଳ ହେବା ସତ୍ୱେ କାରଖାନାର ଲାଭବାନ୍ ପାଇଁ ବିଭିନ୍ନ ପ୍ରକାର କମିଟି ଦ୍ୱାରା ଅନୁସଂଧାନ କରାଯାଇଥିଲେ ମଧ୍ୟ ୧୯୯୯ ମସିହାରେ ବିଜେପି ନେତୃତ୍ୱରେ ଏନ୍ଡିଏ ସରକାର କେନ୍ଦ୍ରରେ ଆସିବା ପରେ କାରଖାନାଟିକୁ ୧୯୯୯ ମସିହା ଉକ୍ରଳ ଦିବସ ଦିନ ଉତ୍ପାଦନକ୍ଷମ କାରଖାନାଟିକୁ ବନ୍ଦ କରି ଦିଆଗଲା । ତାଳଚେରର ଶ୍ରୀଯୁକ୍ତ ଦେବେନ୍ଦ୍ର ପ୍ରଧାନ କେନ୍ଦ୍ରରେ ମନ୍ତ୍ରୀ ଥିବା ସତ୍ୱେ କାରଖାନା ପ୍ରତି କୌଣସି ପ୍ରକାର ପଦକ୍ଷେପ ନେଇ ପାରିଲେ ନାହିଁ ।
ତା’ ପରେ କଂଗ୍ରେସ ସରକାର ଆସିବା ପରେ ଶ୍ରୀଯୁକ୍ତ ଜେନା କେନ୍ଦ୍ରରେ ସାର ଓ ରାସାୟନ ମନ୍ତ୍ରୀ ହେବା ପରେ ତାଳଚେର ସାର କାରଖାନାକୁ ପୁର୍ନଜିବିତ କରିବା ପାଇଁ ଯୁଗ୍ମ କଂପାନୀ (ରାଷ୍ଟ୍ରୀୟ କେମିକାଲ୍ସ ଫର୍ଟିଲାଇଜର, କୋଲ ଇଣ୍ଡିଆ, ଗେଲ୍ ଇଣ୍ଡିଆ) ସହାୟତାରେ କାର୍ଯ୍ୟାରମ୍ଭ କରିଥିଲେ । ଏହା ପରେ କେନ୍ଦ୍ରରେ ବିଜେପି ସରକାର ଆସିବା ପରେ ଅଗଷ୍ଟ ୧୫ ଦିନ ପ୍ରଧାନମନ୍ତ୍ରୀ ଲାଲ କିଲା ଠାରେ ଭାଷଣ ମାଧ୍ୟମରେ ତାଳଚେର ସାର କାରଖାନା କାର୍ଯ୍ୟକ୍ଷମ କରି ୨୦୧୮ ମସିହା ସୁଦ୍ଧା ଉତ୍ପାଦନ କ୍ଷମ ହେବ ବୋଲି କହିଥିଲେ । କିନ୍ତୁ ଆଜି ବିଜେପି ସରକାର ଶେଷ ମୁୁହୂର୍ତ୍ତରେ ଆସନ୍ତା ସେପ୍ଟେମ୍ବର ୨୨ ତାରିଖ ୨୦୧୮ ମସିହାରେ ଭିତି ପ୍ରସ୍ତର ଦେବେ ବୋଲି ବିରାଟ ପ୍ରକାର ହୋଡିଂ ମାଧ୍ୟମରେ ପ୍ରଚାର ଚଳାଇଛନ୍ତି ।
ଏହା ଏକ ନିର୍ବାଚନ ପହସନ ନାଁ କାରଖାନାକୁ ପୁନର୍ଜିବିତ କରିବା ପାଇଁ ତାଙ୍କର ଇଚ୍ଛା । ବିଜେପି ତରଫରୁ ଶେଷ ମୁହୂର୍ତ୍ତରେ ତାଳଚେର ସାର କାରଖାନାର ଭିତ୍ତି ପ୍ରସ୍ତର ଦେବା ଏକ ପ୍ରହସନ ନାଁ ରାଜନୈତିକ ଚାଲ ନୁହେଁ ତ ବୋଲି ସାମ୍ବାଦିକ ସମ୍ବିଳନୀରେ କଂଗ୍ରେସ ପ୍ରଶ୍ନ କରିଛି । ଏହି ସମ୍ମିଳନୀରେ ସୁରେଶ ବେହେରା, ହାଡିବଂଧୁ ବିଶ୍ୱାଳ, ସୁବ୍ରତ ଗଡନାୟକ, କେଶବ ଭୂତିଆ, ଦାଶରଥୀ ସାହୁ, ଦିନେଶ ଅଗ୍ରୱାଲ, ବଜରଂଗ ଅଗ୍ରୱାଲ, ବାଦଲ କର, ହରି ଦାସ ପ୍ରମୁଖ ଉପସ୍ଥିତ ଥିଲେ ।