ଗୌଁଡ ସମାଜର ବିକାଶ ସରକାରଙ୍କ ଲକ୍ଷ୍ୟ : ମନ୍ତ୍ରୀ ରମେଶ ମାଝୀ

An Independent Media

ପାଲଲହଡା : ଗୌଁଡ ସମାଜର ସାମଗ୍ରିକ ବିକାଶ ହିଁ ଆମ ସରକାରର ଲକ୍ଷ୍ୟ । ଏ ଦିଗରେ ସରକାର ବିଭିନ୍ନ ଯୋଜନା ପ୍ରଣୟକ ନରୁଥିବା ବେଳେ କାର୍ଯ୍ୟକାରୀ କରୁଛନ୍ତି ବୋଲି ପାଲଲହଡା ସଦର ମହକୁମାସ୍ଥିତ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମ ଠାରେ ଗୋଁଡଓାନା ଗୌଁଡ ସମାଜର ଭେଟଘାଟରେ ମନ୍ତ୍ରୀ ରମେଶ ମାଝୀ କହିଛନ୍ତି । ନୂଆଁଖାଇ ଭେଟଘାଟ ଅବସରରେ ସହିତ ଗୌଁଡ ସମାତର ମହାସଭା ଆୟୋଜନ ହୋଇଥିଲା । ମହିଳା ମାନଙ୍କ ଦ୍ୱାରା ମାଙ୍କଡା ନଦୀରୁ କଳସ ଯାତ୍ରାରେ ପାଣି ଆଣାଯାଇଥିଲା । ଜଘଂ ବଡଦେଓ ଇଷ୍ଟ ଦେବଙ୍କୁ ସ୍ଥାପନ କରି ପୂଜାର୍ଚନା କରାଯାଇ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା ।

ଗୌଁଡୱାନା ଗୌାଡଁ ମହାସଭାର ପାଲଲହଡା ବ୍ଲକ ଶାଖା ଆୟୋଜନ ସମିତି ଦ୍ୱାରା ଆୟୋଜିତ ଏହି ମହାସଭାରେ ରାଜ୍ୟ ଅନୁସୂଚୀତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ବିଭାଗ ମନ୍ତ୍ରୀ ରମେଶ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ, କୁଚିଣ୍ଡା ବିଧାୟକ ରବି ନାରାୟଣ ନାଏକ, ବଣାଇ ଗଡ ପୂର୍ବତନ ବିଧାୟକ ହେମେନ୍ଦ୍ର ମହାପାତ୍ର, ତେଲକୋଇ ନିର୍ବାଚନ ମଣ୍ଡଳୀ ପୂର୍ବତନ ବିଧାୟକ ପ୍ରାଣବହ୍ଲବ ନାୟକ, କେନ୍ଦୁଝରର ସାଂସଦ ଅନନ୍ତ ଚରଣ ନାଏକ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଖାମସିଂ ମାଝୀ, ଗୋଁଡ ମହାସଭା ଓଡିଶାର ଉପଦେଷ୍ଟା ରମେଶ ଚନ୍ଦ୍ର ସଏ, ଗୌଁଡ, ମହାସଭା ସଭାପତି ମହେନ୍ଦ୍ର ନାୟକ ଯୋଗ ଦେଇଥିଲେ ।

ସେହିପରି ମୁଖ୍ୟବକ୍ତା ଭାବେ ମହିଳା ରାଜ୍ୟ ସଭାନେତ୍ରୀ ସୁକାନ୍ତୀବାଳା ନାୟକ, ଯୋଗଦେଇ ଗୋଁଡଓାନା ଗୋଡଁ ସମାଜର ଅତୀତ ଇତିହାସ ଏବଂ ଇଷ୍ଟ ଦବତା ଜଙ୍ଗାଲିଙ୍ଗା ବଡଦେଓଙ୍କ ମାହାତ୍ୱ୍ୟ ସଂପର୍କରେ ସୂଚାଇଥିଲେ । ଏହି ଅବସରରେ ମନ୍ତ୍ରୀ କହିଥିଲେ ଯେ, ଓଡିଶା ପ୍ରଦେଶରେ ଗୋଁଡ ସମାଜର ବିକାଶ ପାଇଁ ଏକତ୍ରିତ ହେବା ଆବଶ୍ୟକ ବୋଲି କହିବା ସହ ସରକାରଙ୍କ ସମସ୍ତ ଯୋଜନାରେ ସାମିଲ କରିବା ଏବେ ମୋର ସରକାରଙ୍କ ଲକ୍ଷ୍ୟ ବୋଲି କହିଥିଲେ । ଏହି ମହାସଭାରେ ରାଜ୍ୟର ୨୦ଟି ଜିଲ୍ଲାର ଗୋଁଡ ସମାଜର କାର୍ଯ୍ୟକର୍ତ୍ତା ସମେତ ପ୍ରାୟ ୨ ହଜାରରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ ।

ଆୟୋଜିତ ସମିତି ଉପାଧ୍ୟକ୍ଷ ଦମୟନ୍ତୀ ମହାପାତ୍ର, ମହାସୀଚବ ବୁନ୍ଦେ ଧୁରୁଆ, ଝାରସୁଗୁଡା ର ସଭାପତି ବିଷ୍ଣୁ ଚରଣ ପ୍ରଧାନ, କନ୍ଧମାଳର ସଭାପତି ଲକ୍ଷ୍ମୀ ନାରାୟଣ ସିଂ, ବରଗଡର ଗୋବିନ୍ଦ ଚନ୍ଦ୍ର ଭୋଇ, ସମ୍ବଲପୁରର ଡମ୍ବରୁଧର କାଲୋ, ବଲାଙ୍ଗୀରର ଶ୍ୟାମସୁନ୍ଦର ଭୋଇ, ଦେବଗ ଦିବାକର ପାତ୍ର, ସୋନପୁର – ଜଗନ୍ନାଥ ଭୋଇ, ଝାରସୁଗୁଡାର ଭାରତୀ ନାଏକ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମକୁ ପାଲଲହଡା ଆୟୋଜନ ସମିତିର ଅକ୍ଷୟ କୁମାର ନାଏକ ଓ ମହାସଚୀବ ହେମନ୍ତ କୁମାର ନାଏକ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ପରିଚାଳନା କରିଥିଲେ ।

error: Thank You Keep Visiting