ବିଇଓ ପଦରୁ ହଟିଲେ ମୌସୁମୀ

An Independent Media

ଅନୁଗୋଳ: ଶିକ୍ଷକଙ୍କ ଆନ୍ଦୋଳନ ପରେ ତାଳଚେର ବ୍ଲକ ଶିକ୍ଷା ଅଧିକାରୀ ମୌସୁମୀ ସାହୁଙ୍କୁ ବଦଳି କରାଯାଇଛି । ଏ ନେଇ ସ୍କୁଲ ଓ ଗଣ ଶିକ୍ଷା ବିଭାଗର ଚିଠି ନମ୍ବର ୨୧୩୭ରେ ଏକ ନିର୍ଦ୍ଦେଶନାମା ବାହାରିଛି ଯେଉଁଥିରେ ତାଙ୍କୁ ତାଳଚେର ହାଣ୍ଡିଧୂଆ ହାଇସ୍କୁଲର ପ୍ରଧାନ ଶିକ୍ଷୟତ୍ରୀ ଦାୟିତ୍ୱ ଦିଆ ଯାଇଛି । ଉଲ୍ଲେଖଯୋଗ୍ୟ ତାଳଚେର ବ୍ଲକର କିଛି ଶିକ୍ଷକ, ଶିକ୍ଷୟତ୍ରୀ ବିଇଓଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହିତ ତାଙ୍କୁ ଏଠାରୁ ବଦଳି କରିବାକୁ ଦାବି କରିଥିଲେ । ଏ ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ ବିକ୍ଷୋଭ କରାଯାଇଥିଲା । ତେଣୁ ସରକାର ତାଙ୍କୁ ବିଇଓ ପଦରୁ ହଟାଇ ଦେଇ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ଭାବେ ନିୟୋଜିତ କରିଛନ୍ତି ।

error: Thank You Keep Visiting