ବ୍ଲକ ସ୍ତରୀୟ ବିଜେଡି ମହିଳା ସମାବେଶ

Straight to the Point

ପାଲଲହଡା : ଅନୁଗୋଳ ଜିଲ୍ଲାର ବିଭିନ୍ନ ବ୍ଲକରେ ବିଜୁ ଜନତା ଦଳର ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ପାଲଲହଡା ବ୍ଲକ ବିଜେଡି ପକ୍ଷରୁ ଶରତ ଚନ୍ଦ୍ର ବ୍ଲକ ଠାରେ ମହିଳା ସମାବେଶରେ ପାଲଲହଡା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ଅଧ୍ୟକ୍ଷତା କରିଥିଲେ । ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ୍ ମୁଖ୍ୟ ଅତିଥି ଓ ସମ୍ମାନୀତ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଇନ୍ଦ୍ରମଣି ଗଡନାୟକ, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷା କ୍ଷୀରୋଦ୍ରୀ ବେହେରା, ବ୍ଲକ କାର୍ଯ୍ୟକାରୀ ସଭାପତି ଯୋଗେଶ ଭୁକ୍ତା, ସାବିତ୍ରୀ ମାଝୀ, ନିଜିଗଡ ସରପଞ୍ଚ ନିରୁପମା ବୋଷ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ ଓ ନାରୀ ସଶକ୍ତିକରଣ ଉପରେ ଅତିଥିମାନେ ଆଲୋକପାତ କରିଥିଲେ । ବିଜୁ କନ୍ୟାରତ୍ନ ଯୋଜନାକୁ ସଫଳ କରିବାକୁ ଉପସ୍ଥ୍ିତ ମହିଳାମାନଙ୍କୁ ମୁଖ୍ୟ ଅତିଥି ଶ୍ରୀମତୀ କିଷାନ୍ ଆହ୍ୱାନ ଦେଇଥିଲେ ।

ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ସରକାରୀ ଯୋଜନାରେ ସାମିଲ୍ କରି ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକ୍ରମ ଚାଲୁ ରହିଛି ବୋଲି ବିଧାୟକ ଶ୍ରୀ ସାହୁ କହିଥିଲେ । ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ମହିଳା ସମାବେଶ ପେଡିପର ହାଇସ୍କୁଲ ପଡିଆରେ ଅନୁଷ୍ଠିତ ହୋଇଛି । ଏଥିରେ ଆଠମଲ୍ଲିକ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଧରିତ୍ରୀ ନାୟକ ସଭାପତିତ୍ୱ କରିଥିବା ବେଳେ ଆମ୍ବସରମୁଣ୍ଡା ସରପଞ୍ଚ ମହେଶ୍ୱର ଦେହୁରୀ ମଞ୍ଚ ପରିଚାଳନା କରିଥିଲେ । ମୁଖ୍ୟ ଅତିଥି ଭାବରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ମୁଖ୍ୟବକ୍ତା ଆଠମଲ୍ଲିକ ବିଧାୟକ ସଂଜୀବ ସାହୁ, ସମ୍ମାନିତ ଅତିଥି ଭାବେ ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ଗିରିଜା ନନ୍ଦିନୀ ସାହୁ ଯୋଗଦେଇ ନବୀନ ସରକାର ଅମଳରେ ହିଁ ନାରୀ ମାନଙ୍କର ସାମୁହିକ ବିକାଶ ହୋଇଥିବା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଠମଲ୍ଲିକ ପଞ୍ଚାୟତ ସମିତି ଅଧ୍ୟକ୍ଷା ବବିତା ପ୍ରଧାନ, ଆଠମଲ୍ଲିକ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ବବିତା କର୍ଣ୍ଣ, କିଶୋରନଗର ବ୍ଲକ ମହିଳା ବିଜେଡି ସଭାନେତ୍ରୀ ସୁଲୋଚନା ପ୍ରଧାନ, ଜିଲ୍ଲା ପରିଷଦ ସଭ୍ୟା ବିନୋଦିନୀ ପ୍ରଧାନ, ବାସନ୍ତୀ ନାଏକ, ବୈଜୟନ୍ତୀ ଦେହୁରୀ, ସୁକାନ୍ତିବାଳା ନାୟକ ପ୍ରମୁଖ ଯୋଗ ଦେଇଥିଲେ ।

ପେଡିପଥର ସରପଞ୍ଚ ଅନ୍ନପୂର୍ଣ୍ଣା ବେହେରା ଧନ୍ୟବାଦ ଦେଇଥିଲେ । ସମଲ ବିଷ୍ଣୁ ମନ୍ଦିରଠାରେ କଣିହାଁ ବ୍ଲକ ବିଜୁ ମହିଳା ସମାବେଶ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ବ୍ଲକ ବିଜୁ ମହିଳା ମୋର୍ଚ୍ଚାର ସଭାନେତ୍ରୀ ଜୟନ୍ତୀ ସାହୁ ଅଧ୍ୟକ୍ଷତା କରିଥିଲେ । ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ବାସନ୍ତୀ କିଷାନ୍ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଜିଲ୍ଲା ବିଜୁ ମହିଳା ମୋର୍ଚ୍ଚା ସଭାନେତ୍ରୀ ଗିରିଜା ନନ୍ଦିନୀ ସାହୁ, ବ୍ଲକ ସମ୍ପାଦିକା ସୁଲୋଚନା ସେଠୀ, ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂହ, ପାଲଲହଡା ବିଧାୟକ ମହେଶ ସାହୁ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପଞ୍ଚାୟତର ନୂତନ ସଭାପତି ଓ ସମ୍ପାଦକଙ୍କ ନାମ ଘୋଷଣା କରାଯାଇଥିଲା । ବକ୍ତାମାନେ ବିଜେଡି ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ସଂପର୍କରେ ସୂଚାନ ଦେଇଥିଲେ ।

error: Thank You Keep Visiting