ସ୍ୱଚ୍ଛଭାରତ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଛାତ୍ର ସମୁଦ୍ରରେ ନିଖୋଜ

Straight to the Point

ଗାନ୍ଧିଜୟନ୍ତିରେ ବେଳାଭୂମିରେ ଅଘଟଣ
ପାରାଦୀପ: ପାରାଦୀପ କଳିଙ୍ଗ ବାଲିଯାତ୍ରା ପଡିଆରେ ଗାନ୍ଧୀ ଜୟନ୍ତୀ ପାଳନ ବେଳେ ଅଘଟଣ ଘଟିଛି । ସମୁଦ୍ରରେ ଭାସିଗଲେ ତିନିଜଣ ଛାତ୍ର ଭାଷି ଯାଇଥିବାବେଳେ ଦୁଇଜଣଙ୍କୁ ସ୍ଥାନୀୟ ଯୁବକ ମାନେ ଉଦ୍ଧାର କରିଛନ୍ତି ଏବଂ ଜଣେ ଏବେ ମଧ୍ୟ ନିଖୋଜ ରହିଛି । ନିଖୋଜ ଜଣଙ୍କ ହେହେଲ କେନ୍ଦ୍ରୀୟ ବିଦ୍ୟାଳୟର ନବମ ଶ୍ରେଣୀର ଛାତ୍ର ଅଂଶୁମାନ ଦାସ । ଆଜି ଗାନ୍ଧୀ ଜୟନ୍ତି ଅବସରରେ ପାରାଦୀପ ପୌରପରିଷଦ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲ ଏବଂ ଏଥିରେ ସ୍କୁଲ ପିଲା ମାନଙ୍କୁ ସାମିଲ କରାଯାଇଥିଲା ।

ଏହି ସମୟରେ କିଛି ଛାତ୍ର ସମୁଦ୍ରରେ ଗାଧୋଉଥିଲେ ଓ ସେମାନଙ୍କ ଭିତରୁ ତିନିଜଣ ଛାତ୍ର ସମୁଦ୍ରରେ ବୁଡି ଯାଇଥିଲେ । ସ୍ଥାନୀୟ ଲୋକ ମାନଙ୍କ ଦ୍ୱାରା ଦୁଇଜଣ ଛାତ୍ର ଉଦ୍ଧାର ହୋଇଥିବା ବେଳେ ଜଣେ ଏବେ ବିି ନିଖୋଜ ନିଖୋଜ ରହିିଛି । ସିଆଇଏସଏଫ୍ର ଅଗ୍ନିଶ୍ରମ ବିଭାଗ, କୋଷ୍ଟଗାର୍ଡ ବୋଟ୍ ଏବଂ ସ୍ଥାନୀୟ ମତ୍ସ୍ୟଜିବୀ ମାନେ ଏବେବି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ଉଦ୍ଧାର ହୋଇଥିବା ଛାତ୍ର କେନ୍ଦ୍ରୀୟ ବିଦ୍ୟାଳୟର ଏ.ସାଇଜ୍ୟୋତୀ ଓ ଶୁଭମ୍ କୁଲୁ ବନ୍ଦର ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି । ତେବେ ସେମାନଙ୍କର ଅବସ୍ଥାରେ ସୁଧାର ଆସିଛି ବୋଲି ଣାପଡିଛି ।

ଅନ୍ୟପଟେ କୌଣସି ସୁରକ୍ଷା ବ୍ୟବସ୍ଥା କରାନଯାଇ ଛୋଟ ପିଲା ମାନଙ୍କୁ ସମୁଦ୍ର କୂଳରେ ହେଉଥିବା ସ୍ୱଚ୍ଛତା କାର୍ଯ୍ୟକ୍ରମରେ ସାମିଲ କରାଯାଇଛି । ଏପରିକି ସମୁଦ୍ରିକ ଥାନାର ବିନା ଅନୁମତିରେ ସମୁଦ୍ର କୂଳରେ ଏଭଳି ଏକ ବଡ ଧରଣର କାର୍ଯ୍ୟକ୍ରମ କରାଯାଇଛି । ଏବଂ ଏଥିରେ ଛୋଟପିଲା ମାନଙ୍କୁ ସାମିଲ କରାଯିବା କେତେଦୂର ସମିଚିନ, ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ଯୋର ଧରିଛି । ପୂର୍ବରୁ ବହୁବାର ଏଭଳି ଦୁର୍ଘଟଣା ଘଟିଥିଲେ ମଧ୍ୟ ସ୍ଥାନୀୟ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଏ ପର୍ଯ୍ୟନ୍ତ ଭଙ୍ଗ ହୋଇ ନାହିଁ ଯାହା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି ।

error: Thank You Keep Visiting