ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଜେଡିର ଜନ ସଚେତନତା ପଦଯାତ୍ରା

Straight to the Point

ଜଗତସିଂହପୁର: ଜଗତସିଂହପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁଜନତାଦଳ ପକ୍ଷରୁ ଜନସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଜନସଚେତନତା ପଦଯାତ୍ରାକୁ ମୁଖ୍ୟ ଅତିଥିଭାବେ ରାଜ୍ୟଯୋଜନା ବୋର୍ଡ ଉପାଧ୍ୟକ୍ଷ ତଥା ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଯୋଗଦେଇ ସ୍ଥାନୀୟ ଗାନ୍ଧୀ ଛକଠାରେ ଥିବା ଗାନ୍ଧୀ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ପତାକା ହଲାଇ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି ଅବସରର ଶ୍ରୀଯୁକ୍ତ ଦାସ କହିଥିଲେ ଏହି ସଚେତନା ପଦଯାତ୍ରା ଆଜି ପବିତ୍ର ଗାନ୍ଧୀ ଜୟନ୍ତୀ ଆରମ୍ଭ ହୋଇ ନଭେମ୍ବର ୨ରେ ଉଦ୍ଯାପିତ ହେବ । ଏହି ପଦଯାତ୍ରା ପ୍ରତେକ ଗ୍ରାମାଞ୍ଚଳକୁ ଯାଇ ଜନସାଧାରଣଙ୍କ ନିକଟତର ହେବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖି ଯୋଜନା ସଂପର୍କରେ ଅବଗତ କରାଯିବ ।

ତେଣୁ ଜନସଚେତନତା ପଦଯାତ୍ରାକୁ ସଫଳ କରିବା ସହିତ ଆଗାମୀ ଦିନରେ ଓଡିଶା ଗଠନରେ ସହାହେବା ବୋଲି ମତବ୍ୟକ୍ତ କରିଥିଲେ । ଆଜି ପଦଯାତ୍ରା ଗାନ୍ଧି ଛକରୁ ବାହାରି ବିଭିନ୍ନ ଗ୍ରାମ ପରିକ୍ରମା କରି ସିହାଂରପୁର ଠାରେ ଏକ ସଚେତନତା ସଭାକରାଯାଇଥିଲା । ଏହି କାର୍ଯ୍ୟ କ୍ରମରେ ବିଜେଡି ଉପସଭାପତି ଦିପ୍ତି ଦାସ, ନଗର ସଭାପତି ଦୋଳଗୋବିନ୍ଦ ଦାଶ, ପଛୁଆବର୍ଗ ଅଧ୍ୟକ୍ଷ ନାରାୟଣ ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ମନୋଜ ଭୋଇ, ବିଜେଡି ଯୁବଜନତା ଜିଲ୍ଲା ସଭାପତି ଅମରେନ୍ଦ୍ର ଦାସ, ସାଧାରଣ ସଂପାଦକ ସରୋଜ କୁମାର ବିଶ୍ୱାଳ, ଉପସଭାପତି ସୁଧିର ସ୍ୱାଇଁ, ଶୁଶାନ୍ତ ରଂଜନ ସ୍ୱାଇଁ, ପୂର୍ବତନ ପୌାରାଧ୍ୟକ୍ଷ ମଧୁସୂଦନ ସାହୁ, ପୂର୍ବତନ ଜିଲ୍ଲାପରିଷଦ ଅଧ୍ୟକ୍ଷ ଦେବିଦତ୍ତ ମହାନ୍ତି, ରାଜ୍ୟ କାରିଣୀ ସଂପାଦିକା କନକପ୍ରଭା ଲେଙ୍କା, ମିନତୀ ଦାସ ,ଏଲିନା ଦାସ, କିରଣ ବାଳା ସାସମଲ ପ୍ରମୁଖ ଶତାଧିକ କର୍ମକର୍ତ୍ତା ଯୋଗଦେଇ ପଦଯାତ୍ରାକୁ ଆଗେଇ ନେଇଥିଲେ ।

error: Thank You Keep Visiting