ଯାଜପୁର ମୃର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କାର୍ଯ୍ୟାଳୟରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ

Straight to the Point

ଯାଜପୁର: ମହାତ୍ମା ଗାନ୍ଧୀଙ୍କ ୧୫୦ତମ ପବ୍ରିତ ଜନ୍ମବାର୍ଷିକୀ ଅବସରରେ ଯାଜପୁର ଜିଲ୍ଲା ସଦର ମହକୁମାସ୍ଥ ମୃର୍ତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା କାର୍ଯ୍ୟାଳୟରେ ଜଳ ବିଭାଜିକାର ପ୍ରକଳ୍ପ ନିର୍ଦ୍ଦେଶକ ରଂଜିତ୍ କୁମାର ଦାସଙ୍କ ନେତୃତ୍ୱରେ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଭାଗର ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ଗିରିଜା ଶଙ୍କର ମହାପାତ୍ର, ଧ୍ରୁବ ଚରଣ ପଣ୍ଡା, ସୁନିଲ୍ କୁମାର ଯେନା, ବଦ୍ରି ନାରାୟଣ ମହାନ୍ତି, ବାଇଧର ଦାସ, ରବିନ୍ଦ୍ର ନାଥ ଭୋଳ, ଉମାକାନ୍ତ ବଳବନ୍ତରାୟ, ପ୍ରେମାନନ୍ଦ ମହାନ୍ତି, ଅଶୋକ କୁମାର ସାହୁ, ତପନ କୁମାର ସ୍ୱାଇଁ, ଜ୍ଞାନ ଧଳ, ସରୋଜ କୁମାର ମଲ୍ଲିକ୍, ପ୍ରଫୁଲ୍ଲ କୁମାର ପରିଡ଼ା, ଶ୍ୟାମ ସୁନ୍ଦର ପଣ୍ଡା ପ୍ରମୁଖ କାର୍ଯ୍ୟାଳୟ ପରିସର ସହ ତତ୍ ସଂଲଗ୍ନ ରାସ୍ତା ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ରାସ୍ତାକୁ ସଫା କରିବା ସହ କାର୍ଯ୍ୟାଳୟ ପରିସରସ୍ଥ ଅନାବନା ଘାସଗୁଡ଼ିକୁ ସଫା କରିଥିଲେ । ଏହି ସଫେଇ କାର୍ଯ୍ୟଦ୍ୱାରା କାର୍ଯ୍ୟାଳୟ ପରିସର ଓ ରାସ୍ତାଘାଟରେ ଏକ ସ୍ୱଚ୍ଛ ପରିବେଶ ସୃଷ୍ଟି ହୋଇଥିଲା । ଏହି ସଫେଇ କାର୍ଯ୍ୟକ୍ରମ ନିୟମିତ ଚାଲୁ ରହିବ ବୋଲି କର୍ମଚାରୀମାନେ ସୂଚନା ଦେଇଛନ୍ତି ।

error: Thank You Keep Visiting