ବିଜିଗୋଳରେ ପୁସ୍ତକମେଳା ଓ ଲୋକ ମହୋତ୍ସବ ଉଦଘାଟିତ

Straight to the Point

କଣିହାଁ: କଣିହାଁ ବ୍ଲକ ପବିତ୍ର ମୋହନ ନାଗରିକ ମଞ୍ଚ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ବିଜିଗୋଳ ରାମ ମନ୍ଦିର ପଡିଆରେ ପୁସ୍ତକ ମେଳା ଓ ଲୋକ ମହୋତ୍ସବ ଉଦ୍ଘାଟିତ ହୋଇଛି । ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ମା ହିଙ୍ଗୁଳା ମନ୍ଦିରରୁ ଏକ ମଶାଲ ଶୋଭାଯାତ୍ରା ବିଜିଗୋଳ ରାମ ମନ୍ଦିରଠାରେ ପହଞ୍ôଚଥିଲା । ସନ୍ଧ୍ୟାରେ ପୁସ୍ତକମେଳା ଓ ଲୋକ ମହୋତ୍ସବ ଉଦ୍ଘାଟନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅନୁଗୋଳ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ ଏବଂ ସମ୍ମାନିତ ଅତିଥି ଭାବେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ, ଏନ୍ଟିପିସି ମହାପ୍ରବନ୍ଧକ ନିରଞ୍ଜନ ଆଚାର୍ଯ୍ୟ, ଉପ ମହାପ୍ରବନ୍ଧକ ପିଏଜିଭି ଶ୍ରୀବାସ୍ତବ, ପବିତ୍ର ମୋହନ ନାଗରିକ ମଞ୍ଚ ସଭାପତି ପ୍ରହ୍ଲାଦ ଚନ୍ଦ୍ର ପାଣି, ସମ୍ପାଦକ ମନୋଜ ଶତପଥୀ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ ।

କମିଟିର ସଦସ୍ୟ ଅବସରପ୍ରାପ୍ତ ପ୍ରଧ୍ୟାପକ ନୀଳମଣି ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଚନ୍ଦ୍ର ବିଜୟ ମିଶ୍ର ସଂଯୋଜନା କରିଥିଲେ । କମିଟିର ସଦସ୍ୟ ସନ୍ତୋଷ ପାଣି, ଅବନୀ ପାଣି, କଷ୍ଟୁଚରଣ ସାମଲ, ରଂଜନ ସାହୁ, ସୁନୀଲ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ପୁସ୍ତକ ମେଳାରେ ୧୦୦ଟି ଷ୍ଟଲ ଖୋଲା ଯାଇଛି । କଣିହାଁ ବ୍ଲକର ବିଭିନ୍ନ ଅଞ୍ଚଳରୁ ବହୁ ଲୋକଙ୍କ ସମାଗମ ହେଉଛି । ଏହା ଆସନ୍ତା ୧୦ ତାରିଖରେ ଉଦ୍ଯାପିତ ହେବ ।

error: Thank You Keep Visiting