ଅଳସୁଧା ଗାଁ ମଶାଣି ନିକଟରୁ ଜଣେ ବ୍ୟକ୍ତିଙ୍କର କ୍ଷତବିକ୍ଷତ ମୃତ ଦେହ ଉଦ୍ଧାର

Straight to the Point

ଜଗତସିଂହପୁର: ଜଗତସିଂହପୁର ଥାନା ଅନ୍ତର୍ଗତ ଅଳସୁଧା ଗ୍ରାମର ଜଣେ ବ୍ୟକ୍ତିର କ୍ଷତବିକ୍ଷତ ମୃତଦେହ ମିଳିଥିବା ଜଣା ପଡିଛି । ସୂଚନା ଅନୁସାରେ ଅଳସୁଧା ଗ୍ରାମର ପ୍ରମୋଦ ଓଝା ବୟଷ ୫୦ବର୍ଷ ସେ ଗତ କାଲି ରାତ୍ର ୮ଘଟିକା ସମୟରୁ ଘରୁ କୁଆଡେ ଯାଇ ଆଉ ଘରକୁ ଫେରିନଥିଲେ ।ପରିବାର ଲୋକ ରାତିରେ ବହୁ ଖୋଜାଖୋଜି ପରେ ମଧ୍ୟ ପାଇନଥିଲେ । ଆଜି ସକାଳେ ଗ୍ରାମର ଲୋକମାନେ ବିଲକୁ ଯାଉଥିବା ସମୟରେ ଗାଁ ମଶାଣି ନିକଟରେ ଏକ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ମୃତଦେହ ପଡିଥିବା ଖବର ପାଇ ପ୍ରମୋଦଙ୍କର ପରିବାର ଲୋକ ମଶାଣୀ ନିକଟରେ ପହଞ୍ôଚ ପ୍ରମୋଦକୁ ଚିହ୍ନଟ କରିଥିଲେ ।

ପ୍ରମୋଦଙ୍କର ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକେ ସଙ୍ଗେସଙ୍ଗେ ଜଗତସିଂହପୁର ଥାନାରେ ଅଭିଯୋଗ କରିଥିଲେ । ପୋଲିସ ଅଭିଯୋଗ ପାଇ ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ କରିବାକୁ ପଠାଇଥିବା ଜଣାପଡିଛି । ପ୍ରମୋଦଙ୍କ ପରିବାରଙ୍କୁ ପ·ରିବାରେ କହିଥିଲେ ଘରେ କୌଣସି ପାରିବାରିକ କଳହ ନଥିଲାକି କଳହ ହୋଇନଥିଲା । ତେଣୁ ତାଙ୍କୁ କିଏ ଡାକି ନେଇ ସୁଚିନ୍ତିତ ହତ୍ୟା କରିଛନ୍ତି ବୋଲି ପ୍ରକାଶ କରିଛନ୍ତି । ଏ ସଂପର୍କରେ ଥାନା ଅଧିକାରୀଙ୍କୁ ପ·ରିବାରେ ସେ କହିଥିଲେ ଘଟଣାର ଅନୁସଂଧାନ ଜାରି ରହି ଛି ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡିବ ବୋଲି ସୂଚନା ଦେଇଥିଲେ ।

error: Thank You Keep Visiting