ଶାରଳା ମଣ୍ଡଳ ବିଜେପି ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

Straight to the Point

ଜଗତସିଂହପୁର: ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଶାରଳା ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ସ୍ୱଚ୍ଛଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମଣ୍ଡଳ ସଭାପତି ମନୋରଜଂନ ସାହୁଙ୍କ ନେତୃତ୍ୱରେ କନକପୁରସ୍ଥିତ ଝଙ୍କଡ଼ର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ମନ୍ଦିର ପରିସରରେ ପଡ଼ିରହିଥିବା ଅଳିଆ ଆବର୍ଜନା ସଫାକରିବା ସହିତ କନକପୁର ବଜାର, ରାସ୍ତା ସମେତ ମନ୍ଦିର ଚତୁପାଶ୍ୱର୍ରେ ଥିବା ଅଳିଆ ଆବର୍ଜନା ସଫା କରାଯାଇ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଯୁବମୋର୍ଚ୍ଚା ସଭାପତି ରୂପକ କୁମାର ଖୁଣ୍ଟିଆ, ମଣ୍ଡଳ ପ୍ରଭାରୀ ମାନସ ମହାପାତ୍ର, ବିରଜା ମୋହନ ମହାପାତ୍ର, ଯୁବନେତା ଚିତ୍ତରଂଜନ ତାରେଣିଆ, ପ୍ରଶାନ୍ତ ପରିଡ଼ା, ଆନନ୍ଦ ମହାନ୍ତି, ଶଶିଭୂଷଣ ଷଢ଼ଙ୍ଗୀ, ସେମାନାଥ ନାୟକରଂଜନ ସାହୁ, ଦିପକ ପରିଡ଼ା, ନୃସିଂହ ଚରଣ ଖୁଣ୍ଟିଆ, ରଂଜିତ ବେହେରା, ଅଜୟ ରାଉତ, ଅଜୟ ଗ୍ରହଚାର୍ଯ୍ୟ, ନିରଞ୍ଜନ ନାୟକ, ଚିତ୍ତରଂଜନ ସାହୁ, ବିଚିତ୍ରା ନନ୍ଦ ମଲ୍ଲ, ଆଶିଷ ଦାସ, ନିଗମ ନାୟକ, ସୁବୋଧ ସ୍ୱାଇଁ, ସୂର୍ଯ୍ୟକାନ୍ତ ଦାସ, ବାବାଜୀ ଚରଣ ସେଠୀ, ସରୋଜ କାନ୍ତ ଦାସ, ଦିପକ କୁଅଁର, ହିମାଶୁଂ ଶେଖର ରାଉତ ପ୍ରମୁଖ ଏହି ସଫେଇ ଅଭିଯାନରେ ସାମିଲ ହୋଇଥିବା ଦେଖିବାକୁ ମିଳିଥିଲା ।

error: Thank You Keep Visiting