୨୨ଲକ୍ଷ ଟଙ୍କାର ବସଷ୍ଟାଣ୍ଡ ଏବେ ଭୂତବଙ୍ଗଳା ପାଲଟିଛି

Straight to the Point

ବୀରମହାରାଜପୁର (ମଂଟୁ ମନ୍ତ୍ରା) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ସଦର ମହକୁମା ଠାରେ ଥିବା ସରକାରୀ ବସଷ୍ଟାଣ୍ଡ ଆଜି ଭୂତବଙ୍ଗଳା ହୋଇ ପଡିରହିଛି । ଏହି ନବନିର୍ମିତ କୋଠାଟି ୨୨ଲକ୍ଷ ଟଙ୍କାର ବ୍ୟୟରେ ନିମାଣ ହୋଇଥିଲା ଏହାକୁ ଡିସେମ୍ବର ୬ତାରିଖ ୨୦୦୬ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ । ପରବର୍ତୀ ସମୟରେ ରକ୍ଷଣାବେକ୍ଷଣ ଅଭାବରୁ ଭୂତକୋଠିରେ ପାଲଟିଥିବା ଦେଖାଦେଇଛି । ଏହି ସବୁ ଘର ଗୁଡିକ କାନ୍ଥରୁ ବର୍ଷାଦିନେ ପାଣିଗଳୁଛି । ସବୁବେଳେ ଦେଖିବାକୁ ମିଳୁଛି ଯେ ତାଲା ଝୁଲିବା କଥା । କେତେବେଳେ କିଏ ଟିକିଏ ଝାଡୁମାରିବା ଦେଖିନାହାନ୍ତି । ସେଠାରେ ପିଇବା ପାଣି ମୁନ୍ଦାଏ ସେଠାରେ ପାଇବା ବଡ କଷ୍ଟକର ହେବ । ପାଣି ପମ୍ପଟିକୁ କେହି କର୍ମଚାରୀ ତାର ଘରକୁ ନେଇ ଚଂପଟ ମାରିଛି । ଏହି ବସଷ୍ଟାଣ୍ଡ ଅବସ୍ଥା ଏପରି ହେବ ବୋଲି କେହି କେବେ ଭାବିନଥିଲେ ତୁରନ୍ତ ଏହି ବସଷ୍ଟାଣ୍ଡ ପ୍ରତି ଦୃଷ୍ଟି ଦେବାକୁ ଜନସାଧାରଣରେ ଦାବୀ ହେଉଛି ।

error: Thank You Keep Visiting