ଏମସିଏଲ ତାଳଚେର ଅଞ୍ଚଳରେ ଶାରଦୀୟ ଦୁର୍ଗାପୂଜା ପ୍ରକ୍ରୀୟା ଆରମ୍ଭ

An Independent Media

ତାଳଚେର: ତାଳଚେର ଅଞ୍ଚଳରେ ଲିଙ୍ଗରାଜ କୋଇଲା ଖଣି, ଅନନ୍ତ କୋଇଲା ଖଣି, ଜଗନ୍ନାଥ କୋଇଲା ଖଣି, ବଳରାମ କୋଇଲା ଖଣି, କଣିହାଁ କୋଇଲା ଖଣି, ଭୁବନେଶ୍ୱରୀ କୋଇଲାଖଣି, ତାଳଚେର କୋଇଲା ଖଣି, ନନ୍ଦିରା କୋଇଲା ଖଣି, ହିଙ୍ଗୁଳା କୋଇଲା ଖଣି, ଭରତପୁର କୋଇଲା ଖଣି ଅବସ୍ଥିତ । ପ୍ରତ୍ୟେକ ବର୍ଷ କୋଇଲା ଖଣିରେ କାର୍ଯ୍ୟରତ କର୍ମଚାରୀ ମାନେ ନିଜ ନିଜର ଦରମାରୁ ଏକ ଦିନର ଅର୍ଥ ଶାରଦୀୟ ଦୁର୍ଗା ପୂଜା ପାଇଁ ଦେଇଥାନ୍ତି । ଲିଙ୍ଗରାଜ କୋଇଲା ଖଣିର ହାଣ୍ଡିଧୂଆଁସ୍ଥିତ କଲୋନିରେ ଶାରଦୀୟ ଦୁର୍ଗାପୂଜା ହୁଏ ଏବଂ ଶର୍ମାଛକ ଓ ଦେଉଳବେଡା କଲୋନୀରେ ରହୁଥିବା କର୍ମଚାରୀଙ୍କର ଦେଉଳବେଡା ଦୁର୍ଗା ମଣ୍ଡପରେ ଶାରଦୀୟ ଦୁର୍ଗାପୂଜା ହୁଏ । ଏହି କମିଟିର ସଦସ୍ୟ ଲିଙ୍ଗରାଜ ନନ୍ଦ, ସୁବାଷ ସାହୁ, ଦୁର୍ଗା ପ୍ରସାଦ ମିଶ୍ର, ସନ୍ତୋଷ ବରାଳ, କ୍ରିଷ୍ଣା ପ୍ରସାଦ, ବିଜୟ ଘଡେଇ ଅଶୋକ ସାମନ୍ତ, ମନରଂଜନ ପ୍ରଧାନ, ମନଜିତ୍ ସିଂ, ଗିରିଧାରୀ ସାହୁ, ରମେଶ ପ୍ରଧାନ, ଧର୍ମେନ୍ଦ୍ର ସାହୁ ପ୍ରମୁଖ ତଦାରଖରେ ବହୁ ଧୁମ୍ଧାମ୍ରେ ହୁଏ । ଅନ୍ୟ ମଣ୍ଡପରେ ମଧ୍ୟ ସ୍ଥାନୀୟ କମିଟିଙ୍କ ଦ୍ୱାରା ପାଳନ କରାଯାଏ । ସାଉଥବଲଣ୍ଡା ଠାରେ ଥିବା ମା’ ଦୁର୍ଗା ମନ୍ଦିରରେ ମଧ୍ୟ ପୂଜା ହୁଏ । ଏଠାରେ ମୀନା ବଜାର ବସେ ।

error: Thank You Keep Visiting