କାମ ନକରି ଜିଲାପରିଷଦ ପାଣ୍ଠିରୁ ହଡ଼ପ ପାଇଁ ଯୋଜନା

Straight to the Point

ବାଲିଚନ୍ଦ୍ରପୁର: ବଡ଼ଚଣା ବ୍ଲକର ପୁରାତନ ମହାବିଦ୍ୟାଳୟଭାବେ ପରିଚିତ ସାହାସପୁର ମହାବିଦ୍ୟାଳୟ ବାଲିଚନ୍ଦ୍ରପୁର ଅନ୍ୟତମ । ବର୍ତ୍ତମାନ ଏହି ମହାବିଦ୍ୟାଳୟରେ ଶିକ୍ଷା ଦାନ ବ୍ୟବସ୍ଥା ଏକ ରକମ ଭୁଶୁଡି ପଡିଥିବା ପରିଲକ୍ଷିତ ହୋଇଛି । ପ୍ରତ୍ୟେକ ଦିନ ମହାବିଦ୍ୟାଳୟର ରୁଟିନ ଅନୁଯାୟୀ ସକାଳ ଘ. ୮.୩୦ ରୁ ଆରମ୍ଭ ହୋଇ ଦିନ ଘ. ୩.୩୦ ପର୍ଯ୍ୟନ୍ତ କ୍ଲାସ ରହିଥାଏ । ଦୁଃଖର ବିଷୟ ଏହିକି ଯେ ଏହି ୭ ଘଣ୍ଟା ମଧ୍ୟରେ ସମ୍ପୁର୍ଣ୍ଣ ଶିକ୍ଷା ଦାନ ପାଇବାରୁ ମହାବିଦ୍ୟାଳୟରେ ପଢୁଥିବା ଛାତ୍ରୀ ଛାତ୍ର ବଞ୍ôଚତ ହେଉଛନ୍ତି । କାରଣ ସେହି ମହାବିଦ୍ୟାଳୟର କିଛି ଅଧ୍ୟାପିକା ଓ ଅଧ୍ୟାପକ ଠିକ୍ ସମୟରେ ଆସୁଥିଲାବେଳେ ଅଧାରୁ ଅଧିକ ମନ ଇଛା ମହାବିଦ୍ୟାଳୟକୁ ଆସିଥାନ୍ତି ଆଉ କେତେ ଜଣ ନ ଆସି ନିଜ ବଦଳରେ ଅନ୍ୟ ଜଣକୁ ଦାୟିତ୍ୱ ଦେଇ ଖସି ରହିଥାନ୍ତି ।

ଏପରିକି ସରକାରୀ ନିୟମ ଅନୁଯାୟୀ ଅଧ୍ୟାପକମାନେ ହେଡ଼କ୍ୱାଟରରୁ ୮ କି.ମି ଭିତରେ ରହିବାର ନିୟମ ଥିଲେ ମଧ୍ୟ ସରକାରୀ ନିୟମକୁ ଜଳାଞ୍ଜଳୀ ଦେଇ ଏଠାରୁ ୬୦ ରୁ ୮୦ କି.ମି ଦୂର କଟକ ଓ ଭୂବନେଶ୍ୱରରେ ରହି ଦୈନିକ ଯାତାୟତ କରିଥାନ୍ତି । ଫଳରେ ସଠିକ ସମୟରେ ପହଞ୍ôଚବା ସମ୍ଭବ ହୋଇନଥାଏ । ଯାହାଦ୍ୱାରା ପଢୁଥିବା ଛାତ୍ରୀ ଛାତ୍ରମାନଙ୍କର ଶିକ୍ଷା ଦାନ ପାଇବାରେ ବାଧା ପ୍ରାପ୍ତ ହେଉଥିବା ପରିଲକ୍ଷିତ ହେଉଛି । ଏ ନେଇ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପାଇଥିଲେ ମଧ୍ୟ ମହାବିଦ୍ୟାଳୟର କତ୍ତୃପକ୍ଷ ଏହାକୁ ଦୃଷ୍ଟି ଦେଉନଥିବା ଅଭିଯୋଗ ହୁଏ । ସବୁଠାରୁ ଗୁରୁତ୍ୱପୁର୍ଣ୍ଣ କଥା ହେଉଛି ୨୦୧୩-୧୪ ଶିକ୍ଷା ବର୍ଷଠାରୁ ଆଜି ଯାଏ ମହାବିଦ୍ୟାଳୟ ପରିଚାଳନା କମିଟି ଦ୍ୱାରା ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଲୋକଲା ଅଡ଼ିଟ୍ ରିପୋର୍ଟରୁ ଜଣା ପଡ଼ିଛି । ଉକ୍ତ ଅଡ଼ିଟ୍ ରିପୋର୍ଟରେ ଦର୍ଶା ଯାଇଛି କି ମହାବିଦ୍ୟାଳୟର କତ୍ତୃପକ୍ଷ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶନାମା ପତ୍ରନାମା ୧୮୭୦୭ ତା୨୦.୪.୧୯୯୮ ର ନିତି ନୟମକୁ ଉଲଙ୍ଘନ କରି ସମ୍ପୁର୍ଣ୍ଣଭାବେ ବେଆଇନ୍ ନିଯୁକ୍ତ ପ୍ରଦାନ କରିଛନ୍ତି ।

ଏହି ଆର୍ଥକ ବର୍ଷରେ ଛାତ୍ର ଛାତ୍ରୀଙ୍କଠାରୁ ଆଦାୟ କରାଯାଇଥିବା ଅର୍ଥ ମଧ୍ୟରୁ ୪ ଲକ୍ଷ ୪୨ ହଜାର ୫୮୦ ଟଙ୍କା ବର୍ବାଦ କରାଯାଇଛି । ଏପରିକି ଆବଶ୍ୟକଠାରୁ ଢେର ଅଧିକ ସଂଖ୍ୟକ ନିଯୁକ୍ତି ଦିଆଯାଇଥିବା ମଧ୍ୟ ଏହି ଅଡ଼ିଟ୍ ରିପୋର୍ଟରେ ଦର୍ଶାଯାଇଛି । ସେହିପରି ୨୦୧୫-୧୬ ଆର୍ôଥକ ବର୍ଷରେ ମନମୁଖୀ ବ୍ୟୟ କରାଯାଇଥିବା ୬ ଲକ୍ଷ ୪୩ ଜହାର ୭୩୪ ଟଙ୍କାକୁ ନେଇ ପ୍ରଶ୍ନ ଉଠୁଛି । ସୂଚନା ଥାଉ କି ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କ ଆଦେଶ ସଂଖ୍ୟା ୧୮୭୦୭ କୁ ମହାବିଦ୍ୟାଳୟ ଉଲଙ୍ଘନ କରୁଥିବା ଅଭିଯୋଗ ପାଇଁ ଆଞ୍ଚଳିକ ନିର୍ଦ୍ଦେଶକ ଉଚ୍ଚ ଶିକ୍ଷା ବିଭାଗ ଭୂବନେଶ୍ୱର ପକ୍ଷରୁ ଚିଠି ନଂ ୧୨୦୧୮ ତା ୨୪.୦୯.୨୦୧୪ ରେ ସମସ୍ତ ମହାବିଦ୍ୟାଳୟକୁ ନିର୍ଦ୍ଦେଶ ଦିଆଯାଇଥିଲା କି ପରିଚାଳନା କମିଟି ପକ୍ଷରୁ ନିଯୁକ୍ତି ସମୟରେ ସମ୍ପୃକ୍ତ ମହାବିଦ୍ୟାଳୟ ପ୍ରଥମେ ନିର୍ଦ୍ଦେଶକଙ୍କ ଅନୁମତି ନଆଣି କୌଣସି ମହାବିଦ୍ୟାଳୟ ମନ ଇଛା ନିଯୁକ୍ତି ପ୍ରଦାନ କରିପାରିବେ ନାହିଁ । ଆହୁରି ମଧ୍ୟ ଦୈନିକ ମଜୁରୀରେ ମହାବିଦ୍ୟାଳୟର କତ୍ତୃପକ୍ଷ କୌଣସି ନିଯୁକ୍ତି ପ୍ରଦାନ କରିପାରିବେ ନାହିଁ ।

ତେବେ ସାହାସପୁର ମହାବିଦ୍ୟାଳୟ ବାଲିଚନ୍ଦ୍ରପୁରରେ ସରକାରୀ ନିୟମକୁ ବୃକ୍ଷେପ ନକରି ରାଜନୈତିକ ଚାପରେ ବ୍ୟାପକ ଅନିୟମିତତା କରାଯାଇଥିବା ଜଣା ଯାଇଛି । ସେହିପରି ମହାବିଦ୍ୟାଳୟରେ ରାଜନୈତିକ ପୃଷ୍ଟପୋଷକତାରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ପାଇଥିବା ଅନେକ କର୍ମଚାରୀ ମହାବିଦ୍ୟାଳୟକୁ ନଆସି ମହାବିଦ୍ୟାଳୟରୁ ଦରମା ନେଉଥିବା ଅଭିଯୋଗ ହୁଏ । ଉପଯୁକ୍ତ ଯୋଗ୍ୟତା ନଥାଇ ଆନେକ ଜିଲାପରିଷଦ, ସରପଞ୍ଚ ଓ ଦଳୀୟ କର୍ମୀଙ୍କୁ ସନ୍ତୁଷ୍ଟ କରିବା ପାଇଁ ନିଯୁକ୍ତି ମାଧ୍ୟମରେ ଥଇଥାନ କରାଯାଇଥିବା ଚର୍ଚ୍ଚା ହୁଏ । ସେହିପରି ସାହାସପୁର ମହାବିଦ୍ୟାଳୟରେ ବିଭିନ୍ନ ନିର୍ମାଣ କାର୍ଯ୍ୟରେ ବ୍ୟାପକ ଦୁର୍ନିତୀ ହୋଇଥିବା ନଜରକୁ ଆସିଛି । ଉକ୍ତ ମହାବିଦ୍ୟାଳୟରେ ଗତ ତା ୧୭.୦୮.୨୦୧୮ ରେ ନୂତନ ଭାବେ ନିର୍ମାଣ କରାଯାଇଥିବା କେତେକ ଗୃହ, ଫାଟକ ଓ ମହାବିଦ୍ୟାଳୟର ମୁଖ୍ୟ ଫାଟକ ନିର୍ମାଣ କରାଯାଇ ଉଦ୍ଘାଟନ ନିର୍ମାଣ କରାଯାଇଥିଲା । ମୁଖ୍ୟ ଫାଠକଟିକୁ ଜିଲାପରିଷଦଙ୍କ ଆଞ୍ଚଳିକ ଉନ୍ନୟନ ଫାଣ୍ଠିରୁ ନିର୍ମାଣ କରାଯାଇଥିବା ଫଳକରେ ଦର୍ଶା ଯାଇଛି ।

ମାତ୍ର ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଜଣା ପଡ଼ିଛି ଯେ ଆଜି ପର୍ଯ୍ୟନ୍ତ ଜିଲାପରିଷଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଫାଟକ ନିର୍ମାଣ ନମନ୍ତେ କୌଣସି ଅର୍ଥ ମିଳି ନାହିଁ । ରାସ୍ତା ନିର୍ମାଣ ପାଇଁ ଜିଲାପରିଷଦଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ୧ ଲକ୍ଷ ୨୫ ହଜାର ଓ ୯୬ ହଜାର ଟଙ୍କା ମଞ୍ଜୁରୀ ହୋଇ ଦୁଇଟି ରାସ୍ତା ନିର୍ମାଣ ପାଇଁ ଅର୍ଥ ଯୋଗଇ ଦିଆଯାଇଛି । ରାସ୍ତା ପାଇଁ ଆସିଥିବା ଏହି ଅର୍ଥକୁ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ଓ ସମ୍ପୃକ୍ତ ଜିଲାପରିଷଦ କାମ ନକରି ମିଳି ମିଶି ଲୁଟ୍ କରିବା ପାଇଁ ଉଦ୍ୟମ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ହୋଇଥିବା ଅର୍ଥ ଖର୍ଚ୍ଚ ନହୋଇ ମହାବିଦ୍ୟାଳୟର କତ୍ତୃପକ୍ଷ ଜିଲାପରିଷଦଙ୍କ ଅନୁଦାନରେ ମୁଖ୍ୟ ଫାଟକ ନିର୍ମାଣ ହୋଇସାରିଥିବା ଦର୍ଶାଇବା ଏବଂ ସମ୍ପୃକ୍ତ ଜିଲାପରିଷଦଙ୍କ ସେହି ଫଳକରେ ଅତିଥି କରିବା କେତେଦୂର ସମୀଚିନ ତାହା ବିସ୍ମୟ ସୃଷ୍ଟି କରିଛି । ଏ ନେଇ ଉକ୍ତ ନିର୍ମାଣଧୀନ କାର୍ଯ୍ୟ ସମ୍ପର୍କରେ କନିଷ୍ଠ ଯନ୍ତ୍ରୀ କମଳ ଲୋଚନ ରାଜଙ୍କୁ ପଚାରିବାରେ ବିନା କାର୍ଯ୍ୟରେ କୌଣସି ପ୍ରକାର ବିଲ୍ କରାଯିବା ନାହିଁ ବୋଲି ମତ ଦେଇଛନ୍ତି ।

error: Thank You Keep Visiting