ଉତ୍କଳମଣି ଗୋପବନ୍ଧୁ ଜୟନ୍ତୀ ପାଳନ

An Independent Media

ତାଳଚେର: ତାଳଚେର ଟାଉନ୍ ଠାରେ ଥିବା ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିରେ ବରିଷ୍ଠ ସାମ୍ବାଦିକ ତଥା ତାଳଚେର ପୁସ୍ତକ ମେଳାର ସାଧାରଣ ସଂପାଦକ ଦେବୀ ମିଶ୍ର, ଅକ୍ଷୟ ମହାନ୍ତି ସ୍ମୃତି କମିଟିର ଆବାହକ ଜିତେନ୍ଦ୍ର ମହାପାତ୍ର, ସାମ୍ବାଦିକ ପ୍ରଦୀପ ମହାରଣା, କିଶୋର କ୍ଲବ ସା ସଂପାଦକ ଦୀପକ ଥମ୍ବ ମାଲ୍ୟାର୍ପଣ କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଉକ୍ରଳମଣିଙ୍କ ବିଷୟରେ ମନ୍ତବ୍ୟ ରଖିଥିଲେ । ସେହିପରି ଡି.ସି.ଆଇ ଓ ଦେଉଳବେଡା ପ୍ରାଥମିକ ବିଦ୍ୟାଳୟ ଠାରେ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ଯୁବ ନେତା ତଥା ପୂର୍ବତନ କାଉଁନସିଲର ସଂଜିବ ନାୟକ, ମହ୍ଲାର ଜିଲ୍ଲା ପ୍ରତିନିଧି ପ୍ରକାଶ ସାହୁ, ବିଜେଡି ନେତା ଗିରିଶ ଭୂତିଆ, ଶ୍ରମିକ ନେତା (ସନ୍ତୋଷ ବରାଳ, କ୍ରିଷ୍ଣା ପ୍ରସାଦ, ବିଜୟ ସାହୁ) ସମାଜସେବୀ ମିହିର ଚକ୍ରବର୍ତ୍ତୀ, ଅମର ସାହୁ ପ୍ରମୁଖ ।

error: Thank You Keep Visiting