କଣିହାଁ ଜୋନ୍ ୮ ର ନିର୍ମାଣ ୭୦୦ ଜଣ ଶ୍ରମିକଙ୍କୁ ସାଇକେଲ ବଣ୍ଟନ

Straight to the Point

କଣିହାଁ : ପାଲଲହଡା ବିଧାନସଭା ନିର୍ବାଚନ ମଣ୍ଡଳୀର କଣିହାଁରେ ଆଠ ନମ୍ବର ଜୋନରେ ତାଳଚେର ଶ୍ରମ ବିଭାଗ ତରଫରୁ ପଞ୍ଜିକୃତ ୭୦୦ ଜଣ ଶ୍ରମିକଙ୍କୁ ସ୍ଥାନୀୟ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ ସାଇକେଲ ବଣ୍ଟନ ସହିତ ତାଙ୍କ ପିଲାଙ୍କୁ ସରକାରଙ୍କ ଦ୍ୱାରା ପାଉଥିବା ଅର୍ଥକୁ ଚେକ୍ ପ୍ରଦାନ କଲେ । ଏହି ପୁରସ୍କାର ଉତ୍ସବରେ ସଭାପତିତ୍ୱ କରିଥିଲେ ଇତିଶ୍ରୀ ଗଗରାଇ, ଜିଲ୍ଲା ଶ୍ରମ ଅଧିକାରୀ ତାଳଚେର । ସ୍ୱାଗତ ଓ ଧନ୍ୟବାଦ ଦେଇଥିଲେ ସହ – ଶ୍ରମ ଅଧିକାରୀ ଶ୍ରୀମତୀ ରଶ୍ମିତା ନାୟକ, ମୁଖ୍ୟ ଅତିଥି ଥିଲେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ । ଅଧ୍ୟକ୍ଷଙ୍କ ଭାଷଣ ପରେ ସମସ୍ତଙ୍କୁ ଚେକ୍ ଓ ପରିଚୟ ପତ୍ର ମୁଖ୍ୟ ଅତିଥି ପ୍ରଦାନ କରିଥିଲେ ।

error: Thank You Keep Visiting