ତାଳଚେର ଉପଖଣ୍ଡରେ ପୋଲିସ୍ ଶୋଇଛି

Straight to the Point

ତାଳଚେର : ତାଳଚେର ଚର୍ଚ୍ଚ ପାଖରେ ଟ୍ରକ ବ୍ୟାଟେରୀ ଚୋରୀ, ବାଘୁଆବୋଲ ଛକରେ ଟ୍ରକ ବ୍ୟାଟେରି ଚୋରି, ଆଇଟିଆଇ ସାମନାରେ ସଂଧ୍ୟା ଭ୍ରମଣ ସମୟରେ ଚେନ୍ ଛଡାଇବା ଇତ୍ୟାଦି ବିଭିନ୍ନ ଘଟଣା ଘଟି ଚାଲିଛି । ପୋଲିସ୍ ଭ୍ୟାନ୍ ଆଉ ପେଟ୍ରୋଲିଂ କରୁ ନାହିଁ । ବଜାର, ଛକ, ଇତ୍ୟାଦିରେ ହେଲମେଣ୍ଟ ପାଇଁ ତଦାରଖ କରୁଛି । କିନ୍ତୁ ଦିନକୁ ଦିନ ଚୋରି ବଢି ଚାଲିଛି । ଦୈନିକ ଶହ ଶହ କୋଇଲା ଚୋରି ହୋଇ ଟ୍ରକ, ୪୦୭ରେ ଜିଲ୍ଲାର ବାହାର ଅଞ୍ଚଳକୁ ଯାଉଛି । ଏମ୍ସିଏଲ୍ରୁ ଡିଜେଲ ଚୋରି ଦିନକୁ ଦିନ ବଢିବାରେ ଲାଗିଛି । ବାହାରେ ବୋଲେରୋ, କାର ଓ ଟ୍ରକ ଛିଡା ହୋଇ ଡ୍ରାଇଭର ଘରକୁ ଯିବା ଭିତରେ ଡିଜେଲ ଚୋରି ହୋଇ ଯାଉଛି । ତାଳଚେର ଅଞ୍ଚଳରେ ଲୋକ ମାନଙ୍କ ଚଳିବା ପୁରା କଷ୍ଟ ସାଧ୍ୟ । ଚୋରିର ଭୟରେ ଲୋକମାନେ ଆତଙ୍କିତ । ସାଧାରଣରେ ଆଲୋଚନା ପାଲିସ୍ ଶୋଇଛି କି ?

error: Thank You Keep Visiting