ମଣ୍ଡାପାଳ ଡାକ୍ତରଖାନାରେ ଅଧିକ ଡାକ୍ତର ପାଇଁ ଦାବୀ

Straight to the Point

ତାଳଚେର :ତାଳଚେରର ସରକାରୀ ଡାକ୍ତରଖାନା ମଣ୍ଡାପାଳ ଠାରେ ଡାକ୍ତର ମାନଙ୍କ ସଂଖ୍ୟା ବଢିବା ନିମନ୍ତେ ତାଳଚେରବାସୀଙ୍କ ଦାବୀ ଜୋର ଧରିଛି । ତାଳଚେର ମେଡିକାଲରେ ଦିନକୁ ଶହଶହ ଲୋକ ଚିକିତ୍ସା ନିମନ୍ତେ ଏହି ମଣ୍ଡାପାଳ ମେଡିକାଲ ଉପରେ ନିର୍ଭର କରନ୍ତି । ଏଠାରେ ଡାକ୍ତରଙ୍କ ସଂଖ୍ୟା ଶ୍ୱଳ୍ପ । ଏଠାରୁ ମଧ୍ୟ ୫ ଜଣ ଡାକ୍ତର ବଦଳି ହୋଇଛନ୍ତି । ଏହି ଡାକ୍ତରମାନଙ୍କୁ ଏଠାରେ ପୁନଃ ଅବସ୍ଥାପିତ ସହ ଡାକ୍ତରଙ୍କ ସଂଖ୍ୟା ବୃଦ୍ଧି କରିବାକୁ ଦାବି ହେଉଛି । ଏଠାରେ ଥିବା ଶିଶୁ ବିଭାଗ, ଚର୍ମ ବିଭାଗ ତଥା ଅନ୍ୟ ବିଭାଗ ଗୁଡିକରେ ଡାକ୍ତର ମାନଙ୍କୁ ପୁନଃ ନିଯୁକ୍ତି କରାଯାଉ । ଡାକ୍ତରଙ୍କ ସଂଖ୍ୟା କମ୍ ଥିବାରୁ ରୋଗୀ ସେବାରେ ବାଧାପ୍ରାପ୍ତ ଉପୁଜିବା ସହ ଜନ ଅସନ୍ତୋଷ ଦେଖା ଦେଉଛି । ଏହି ସମସ୍ୟାର ସମାଧାନ ନ ହେଲେ ଆଗାମୀ କିଛି ଦିନ ମଧ୍ୟରେ ଏକ ବଡ ଧରଣର ଧର୍ମଘଟ ହେବାକୁ ଯାଉଛି ।

error: Thank You Keep Visiting