ବଡଯୋରଡା ଓ କର୍ଣ୍ଣପୁର ପଞ୍ଚାୟତରେ ବିଜେଡିର ଜନ ସମ୍ପର୍କ ପଦଯାତ୍ରା

An Independent Media

ସାଉଥବଲଣ୍ଡା : ତାଳଚେର ବ୍ଲକ ଅନ୍ତର୍ଗତ ବଡଯୋରଡା ଓ କର୍ଣ୍ଣପୁର ପଞ୍ଚାୟତରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଭରତପୁର କଲୋନୀ ଠାରୁ ଦଳୀୟ କର୍ମୀମାନେ ଏକତ୍ରିତ ହେବା ପରେ ବିଧାୟକ ବ୍ରଜ କିଶୋର ପ୍ରଧାନଙ୍କ ନେତୃତ୍ୱରେ ଶତାଧିକ ପୁରୁଷ, ମହିଳା ପଦଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କ ଜନ ହିତକର ଯୋଜନା ସମ୍ପର୍କରେ ଗ୍ରାମବାସୀଙ୍କୁ ସଚେତନ କରାଉଥିୋଲ । ଦୁଇ ପଞ୍ଚାୟତ ରେ ପ୍ରତ୍ୟେକ ଗ୍ରାମ ମଣ୍ଡପ ମାନଙ୍କରେ ପଥପ୍ରାନ୍ତ ସଭାକରି ରାଜ୍ୟ ସରକାରଙ୍କ ସଫଳତା ବଖାଣିବା ସହିତ ପ୍ରତ୍ୟେକ ଗ୍ରାମରେ କଲ୍ୟାଣ ମଣ୍ଡପ ତିଆରି କିବାକୁ ପ୍ରତିଶ୍ରୁତି ଦେଇଥିଲେ । ଏହି ଜନ ସମ୍ପର୍କ ପଦଯାତ୍ରାରେ ବଡ ଯୋରଡା ସରପଞ୍ଚ ସରସ୍ୱତୀ ସାହୁ, ସମିତି ସଭ୍ୟ ମନୋଜ ପ୍ରଧାନ, କର୍ଣ୍ଣପୁର ସରପଞ୍ଚ ଲିଲିଭା ସାହୁ, ସମିତି ସଭ୍ୟା ଆରତି ବିଶ୍ୱାଳ, ବ୍ଲକ ବିଜେଡି ସଭାପତି ସନ୍ତୋଷ କୁମାର ପ୍ରଧାନ, ବିଜେଡି ମହିଳା ସଭାପତି ସୁଫଳା ବଳ, ସଭାନେତ୍ରୀ ମେନକ ବେହେରା, ଲିପୁନା ଭୁକ୍ତା, ଯୁବନେତା ରାଜେସ୍ ଦାସ, ନିଲମ ପ୍ରଧାନ, କୁନା ପ୍ରଧାନ ସମେତ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

error: Thank You Keep Visiting