ତାଳଚେରଠାରେ ଗୋପବନ୍ଧୁ ଜ୍ୟୋତିକୁ ବିପୁଳ ସ୍ୱାଗତ

Straight to the Point

ଅନୁଗୋଳ : ଅନୁଗୋଳ ସହରକୁ କଟକରୁ ଗୋପବନ୍ଧୁ ଜ୍ୟୋତି ଆସି ଜିଲ୍ଲା ଡିଆରଡିଏ କକ୍ଷରେ ଏକ ସଭା ଅନୁଷ୍ଠିତ ହେଲା । ଜିଲ୍ଲାର ପ୍ରାୟ ସମସ୍ତ ପ୍ରସାଶନ ଅଧିକାରୀ ଉପସ୍ଥିତ ଥିଲେ । ତାପରେ ନାଲକୋ ଛକ, ବନରପାଳ, ତାଳଚେର ଥର୍ମାଲ, ପରେ ତାଳଚେର ବସଷ୍ଟାଣ୍ଡ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମାଜର ବରିଷ୍ଠ ସାମ୍ବାଦିକ ଦେବୀ ମିଶ୍ର, ତାଳଚେର ବେସ ସଂଘ ସଭାପତି ଶ୍ରୀକାନ୍ତ ପାଣି, ସାମ୍ବାଦିକ ରଶ୍ମି ମିଶ୍ର, ଦୀପକ ପ୍ରଧାନ, ପ୍ରକାଶ ସାହୁ, ଜଗୁ ସିଂ, ପ୍ରେସ କ୍ଲବ ସଭାପତି ପୂର୍ଣ୍ଣ ସାହୁ, କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ ନଗରପାଳ କେଶବ ଭୂତିଆ, ବିଜେପି ନେତା ଯଯାତି ପଟ୍ଟନାୟକ, ବିଜେଡି ନେତା, ଜ୍ୟୋତି ରଂଜନ ଦାସ, ସିତିକାନ୍ତ ବାରିକ, ଅକ୍ଷୟ ମହାନ୍ତି ସ୍ମୃତି କମିଟି ଆହାବର ଜିତେନ୍ଦ୍ର ମହାପାତ୍ର, ସମାଜ ସେବି (କ୍ଷିରୋଦ ସାହୁ, ବାପି ମହାନ୍ତି, ଶୋଭେନ୍ ମିଶ୍ର), ସ୍ତମ୍ଭକାର ବିଜୟ ମହାରଣା, ଯୁବରାଜ ଉଚ୍ଚ ବିଦ୍ୟାଳୟର ଏନ୍ଏସିର ଛାତ୍ର ଓ ଛାତ୍ରି, ଦେଉଳବେଡା, ସରସ୍ୱତୀ ଶିଶୁ ମନ୍ଦିର ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting