ଖୋସାଲପୁରଠାରେ ମାଗଣା ସ୍ୱାସ୍ଥ୍ୟ ଶିବିର ଉଦଯାପିତ

Straight to the Point

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଖୋସାଲପୁରଠାରେ ଥିବା ଧବଳେଶ୍ୱର ଉଚ୍ଚ ବିଦ୍ୟାଳୟ ପରିସରରେ ସେଚ୍ଛାସେବୀ ଅନୁଷ୍ଠାନ ଏ.ଏଫ.ଆଇ.ଏନ ଓ ଆଇ.ଜି. ଦ୍ୱାରା ଏକ ମାଗଣା ସ୍ୱାସ୍ଥ୍ୟଶିବିର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହିଶିବିରକୁ ଆନୁଷ୍ଠାନିକଭାବେ ଉଦଘାଟନ କରିଥିଲେ । ଶିବିରରେ ପାରାଦ୍ୱିପୀ ବନ୍ଦର ମେଡ଼ିକାଲର ପୂର୍ବତନ ମୁଖ୍ୟ ଅଧିକାରୀ ଡ଼. ଏସ.କେ. ନାୟକ, ମଣିଜଙ୍ଗା ମେଡ଼ିକାଲର ଡ଼ାକ୍ତର ଅସିତ ସାହୁ ଓ ସୌରି ଶଙ୍କର ସାହୁ ଯୋଗଦେଇ ସ୍ଥାନୀୟ ଅଞ୍ଚଳର ୨ ଶହରୁ ଉର୍ଦ୍ଧ ରୋଗିଙ୍କୁ ସ୍ୱାସ୍ଥ୍ୟ ପାରିକ୍ଷା କରାଇ ଔଷଧ ବଣ୍ଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ଉପଦେଷ୍ଟା ଦେବ ପ୍ରସାଦ ନାୟକ, ପ୍ରତିଷ୍ଠାତା ହିମାଂଶୁ ଭୂଷଣ ମଲ୍ଲିକ, ଉପସଭାପତି ବିଶ୍ୱଭୂଷଣ ପଟ୍ଟନାୟକ, ଯୁଗ୍ମସମ୍ପାଦକ ବିଶ୍ୱଜିତ ଦାସ, ସହସମ୍ପାଦକ ରଞ୍ଜିତ ମହାନ୍ତି, ସଭାପତି ଶ୍ରୀପତି ଲେଙ୍କା, ସମ୍ପାଦକ ସ୍ମୃତି ସ୍ୱାଇଁ, ସହ ସମ୍ପାଦକ ଅରବିନ୍ଦ ସ୍ୱାଇଁ, ସଦସ୍ୟ ସୋମ୍ୟ ମହାନ୍ତି, ସ୍ମୃତି ଚୌଧୁରୀ, ଇନ୍ଦ୍ର ନିଳମଣି ମଳ୍ଲିକ, ଅଭିଜିତ ବିଶ୍ୱାଳ, ଚକ୍ରଧର ସାହୁ, ସଞ୍ଜୟ କୁମାର ମହାନ୍ତି, ତୁଷାର ରଞ୍ଜନ ମହାନ୍ତି ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ଆଗାମୀ ଦିନରେ ସଂଗଠନ ତରଫରୁ ଗରିବ ଅସହାୟ ବ୍ୟକ୍ତିମାନଙ୍କୁ ସେବା ଯୋଗାଇବା ସହିତ ଜନହିତକର କାର୍ଯ୍ୟ କରିବାପାଇଁ ଶ୍ରୀଯୁକ୍ତ ମଲ୍ଲିକ ସୁଚନା ଦେଇଥିଲେ ।

error: Thank You Keep Visiting