ତାଳଚେର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ପଦବୀ ନେଇ ଧାରଣା

Straight to the Point

ତାଳଚେର: ତାଳଚେର ମଣ୍ଡାପାଳ ଠାରେ ଥିବା ଉପଖଣ୍ଡ ସରକାରୀ ଡାକ୍ତରଖାନାର ଆବଶ୍ୟକ ସଂଖ୍ୟକ ଡାକ୍ତର ନଥିବାରୁ ରୋଗୀମାନେ ବହୁତ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଗତ କିଛି ଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ପକ୍ଷରୁ ଏଠାରେ ଥିବା ୪ ଜଣ ଡାକ୍ତର ଅନ୍ୟତ୍ର ବଦଳି କରାଇବା ପରେ ମଧ୍ୟ ତାଙ୍କ ସ୍ଥାନ ପୂରଣ କରିବା ପାଇଁ ନୂତନ ଡାକ୍ତର ନିଯୁକ୍ତି ଦିଆଯାଇ ନାହିଁ । ଫଳରେ ଜନସାଧାରଣ ଅସନ୍ତୋଷ ପ୍ରକାଶ ପାଇଛନ୍ତି । ତାଳଚେର ଡାକ୍ତରଖାନାର ଆଖ ପାଖ ଅଂଚଳର ଦୈନିକ ପ୍ରାୟ ହଜାର ହଜାର ରୋଗୀ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ବିଶେଷକରି ଶିଶୁ ବିଶେଷଜ୍ଞ, ଶଲ୍ୟ ବିଭାଗ, ଚର୍ମ ବିଭାଗର ଡାକ୍ତର ପଦବୀ ଖାଲି ପଡିଛି । ଆଜି ସକାଳୁ ସ୍ଥାନୀୟ ଜନସାଧାରଣ ଡାକ୍ତର ପଦବୀ ପୂରଣ ଦାବି ନେଇ ଉପଖଣ୍ଡ ଡାକ୍ତରଖାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ଗଣଧାରଣା ଦେଇଥିଲେ । ବାପି ମହାନ୍ତି, ସୋଭେନ୍ ମିଶ୍ର, ରଞ୍ଜିତ୍ ମହାପାତ୍ର, ଇଂ ଶ୍ରୀକାନ୍ତ କୁମାର ପାଣି, ବିଜୟ ମହାରଣା, ଦିଲ୍ଲୀପ୍ ମାଝୀ, ସୁଲେଖ ସେଠୀ ଓ ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନର କର୍ମକର୍ତ୍ତାମାନେ ଓ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଅପରାହ୍ନ ୩ ଘଟିକା ସମୟରେ ସହକାରୀ ଜିଲ୍ଲାପାଳ ଗୌରୀ ନାଏକ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବା ପରେ ଆନ୍ଦୋଳନକାରୀମାନେ ଗଣଧାରଣା ବନ୍ଦ କରିଥିଲେ ।

error: Thank You Keep Visiting