ଦ୍ୱାଦଶ ଦିନରେ ମା’ ବିରଜାଙ୍କ ଷୋଡ଼ଶୋପଚାର ପୂଜା

Straight to the Point

ଯାଜପୁର: ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା’ ବିରଜାଙ୍କ ଦୁର୍ଗୋତ୍ସବ ଅବସରରେ ଷୋଡ଼ଶୋପଚାର ପୂଜା ଆଜି ଦ୍ୱାଦଶ ଦିନ ପାଳିତ ହୋଉଥିବା ବେଳେ ମାଙ୍କ ରଥଯାତ୍ରା, ପାଦ ଦର୍ଶନ ଓ ନବରାତ୍ରୀ ଆଜି ଚତୁର୍ଥ ଦିନରେ ସମାପନ ହୋଇଛି । ସକାଳ ୫ଟା ୩୦ରେ ବୈତରଣୀ ଜଳେ ମାଙ୍କ ସ୍ନାନ ପରେ ଉପସ୍ଥିତ ଭକ୍ତ ମାନଙ୍କୁ ପାଦ ଦର୍ଶନ ପାଇଁ ମନ୍ଦିରର ଗର୍ଭ ଗୃହକୁ ଛଡ଼ା ଯାଇଥିଲା । ବର୍ଷା ହେତୁ ଭକ୍ତଙ୍କ ସଂଖ୍ୟା କମ୍ ଥିବାରୁ ୩୦ ମିନିଟ ମଧ୍ୟରେ ପାଦ ଦର୍ଶନ ସରିବା ପରେ ମା’ଙ୍କ ବେଶ, ଚନ୍ଦନ ବେଶ ଓ ବାଲ୍ୟ ଭୋଗ ଲାଗି କରାଯାଇଥିଲା । ତା ପରେ ନିୟମିତ ଭାବରେ ସାଧାରଣ ଦର୍ଶନ ଚାଲିବା ପରେ ଦିନ ୧୨ଟା ସମୟରେ ମା’ଙ୍କୁ ବଡ଼ ସିଂହାର ବେଶ କରାଯାଇ ମନ୍ଦିରର ଗର୍ଭ ଗୃହକୁ ଧୂଆ କରାଯାଇଥିଲା ।

ନିୟମିତ ରୋଷିଆ ସେବାୟତ ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, କମଳାକାନ୍ତ ପାଣିଗ୍ରାହୀ ଗର୍ଭ ଗୃହକୁ ଧୂଆ ସାରିବା ପରେ ପୂଜା ସାମଗ୍ରୀ ଓ ନିତୀ ଲାଗିବାର ବ୍ୟବସ୍ଥା କରିଥିଲେ । ମୁଖ୍ୟ ପୂଜକ ଓ ପୁରୋଧା ମାନଙ୍କ ଉପସ୍ଥିତିରେ ମାଙ୍କ ନିକଟରେ ଆଜିର ଷୋଡ଼ଶୋପଚାର ପୂଜାର ଆୟୋଜନ କରାଯାଇ ପୂଜା କାର୍ଯ୍ୟ ଚାଲିଥିଲା । ୨ଟା ୩୦ ମିନିଟ ସମୟରେ ନିତୀ ମନ୍ଦିର ମଧ୍ୟକୁ ଯିବା ପରେ ନିତୀ ଲାଗି ପରେ କଳଷ ପୂଜା ଓ ରଥଉପରେ ମା’ଙ୍କ ନିକଟରେ ପୂଜା କାର୍ଯ୍ୟ ୩ଟା ୩୦ ମିନିଟ କରାଯାଇ ମନ୍ଦିର ପହଡ଼ କରାଯାଇଥିଲା । ୪ଟା ୩୦ମିନିଟରେ ମନ୍ଦିର ପହଡ଼ ଖୋଲାଯାଇ ୪ଟା ୪୫ ମିନିଟ ସମୟରେ ଆଜିର ରଥଯାତ୍ରା ଆରମ୍ଭ କରାଯାଇ ଅପରାହ୍ନ ୫ଟା ୩୦ ରେ ଶେଷ କରାଯାଇଥିଲା । ପରେ ସଂଧ୍ୟାରେ ସଂଧ୍ୟା ଆଳତୀ କରାଯାଇ ରାତି ୮ଟା ୩୦ ମିନିଟରେ ରାତି ପୂଜାର ଆୟୋଜନ କରାଯାଇଛି ।

error: Thank You Keep Visiting