ବାତ୍ୟା ପିଡ଼ିତଙ୍କ ପାଖରେ ପହଁଚି ମନ ଜିଣିନେଲା କଳା ଠାକୁର ସଂଗଠନ

Straight to the Point

ବାଲିଚନ୍ଦ୍ରପୁର: ବଡ଼ଚଣା ବ୍ଲକ ଅନ୍ତର୍ଗତ ଚାରିନଙ୍ଗଳ ପଞ୍ଚାୟତସ୍ଥିତ ବାହାଦୂରନାଗରଠାରେ ଆଜି ଶୁକ୍ରବାର ବାତ୍ୟା (ତିତଲି) ପ୍ରପିଡ଼ିତ ବସ୍ତିବାସିନ୍ଦାଙ୍କ ଦୁଖଦ ସମୟରେ ଏକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଲଗାଣ ବର୍ଷା ହେଉଥିବା ସମୟରେ ପହଞ୍ôଚ ସାହାଯ୍ୟର ହାତ ବଢାଇଛନ୍ତି । ଏକ ସମାଜ ସେବା ସଂଗଠନ “ମନ କିଣିନେଲା କଳା ଠାକୁର” ଗ୍ରୁପର ସମସ୍ତ ସଦସ୍ୟ ସଦସ୍ୟାମାନେ ଦୀର୍ଘ ୩ ଦିନ ଧରି ବିଭିନ୍ନ ଅଞ୍ଚଳ ଗସ୍ତ କରି ବାତ୍ୟା ପ୍ରଭାବିତ ଲୋକଙ୍କ ପାଖରେ ପହଞ୍ôଚ ସରକାରୀ ସାହାଯ୍ୟରୁ ବଞ୍ôଚତ ହୋଇଥିବା ବସ୍ତିବାସିନ୍ଦାଙ୍କୁ ଶୁଖିଲା ଖାଦ୍ୟ, ଔଷଧ ଓ ବସ୍ତ୍ର ବଣ୍ଟନ କରିଛନ୍ତି ।

ଏହି ଗ୍ରୁପର ସଦସ୍ୟମାନେ ମାନବ ସେବା ହିଁ ମାଧବ ସେବା ବ୍ରତରେ ବ୍ରତୀ ହୋଇ ସମାଜର ନିଷ୍ପେସିତ, ଅବହେଳିତ, ବାସହରା ଦୁଖୀ ମଣିଷଙ୍କର ସେବା କରିବା ପାଇଁ ସଂକଳ୍ପ ବଦ୍ଧ । ଏହାର ଜ୍ୱଳନ୍ତ ଉଦାହରଣ ଆଜି ଦେଖିବାକୁ ମିଳିଥିଲା ବାହଦୂରନଗର ଦଳେଇ ସାହି ଓ ମଳିକ ସାହିରେ । ବାହଦୂରନଗର ଗ୍ରାମର ଗଣେଷ ପୂଜା କମିଟି ସହାୟତାରେ ଉକ୍ତ ସଂଗଠନ ପ୍ରାୟ ୨୦୦ ରୁ ଉଦ୍ଧ୍ୱର୍ ପରିବାରଙ୍କୁ ଖାଦ୍ୟ, ବସ୍ତ୍ର, ପାନୀୟ ଯୋଗାଇ ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଗ୍ରୁପ କଟକ, ଭୂବନେଶ୍ୱର, ସାଲେପୁର, ଭଦ୍ରକ, ବ୍ରହ୍ମପୁର, ଯାଜପୁର, ପୁରୀ ଜିଲା ସମେତ ଓଡ଼ିଶାର କୋଣ ଅନୁକୋଣରୁ ଆସିଥିବା ସଦସ୍ୟମାନେ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଏଥିରେ ସଂଗଠନର ସଭାପତି ଶିବ ପ୍ରସାଦ ସାମଲ, ସମ୍ପାଦକ ଗଗନ ମହାପାତ୍ର, ମୁଖ୍ୟ ପ୍ରତିଷ୍ଠାତା ଜିତନ କୁମାର ଭୁକ୍ତା, ସଭ୍ୟ ସାଗର ବେହେରା ପ୍ରମୁଖ ନେତୃତ୍ୱ ନେଇ କାର୍ଯ୍ୟ ତୁଲାଇଥିଲେ ।

error: Thank You Keep Visiting