ଦଦରା ବାଉଁଶ ଚାରହିଁ ଗ୍ରାମବାସୀଙ୍କ ଭରସା

Straight to the Point

ଜଗତସିଂହପୁର: ଏସିଆନ୍ ଡେଭ୍ଲପମେଣ୍ଟ ବ୍ୟାଙ୍କ (ଏଡିବି) ସହାୟତାରେ ପ୍ରାୟ ୧୦୦ କୋଟିରୁ ଉଦ୍ଧ୍ୱର୍ ବ୍ୟୟରେ ତାଳଦଣ୍ଡା ମୁଖ୍ୟ କେନାଲ ଉପରେ ଥିବା ସମସ୍ତ ଦଦରା କାଠ ବାଉଁଶ ଚାର ସ୍ଥାନରେ ଢଳେଇ ପୋଲ, ଓ କେନାଲର ଆଧୁନିକିକରଣ ଓ ପୁନଃରୁଦ୍ଧାର କାର୍ଯ୍ୟ କରାଯାଇଥିଲେ ମଧ୍ୟ ରଘୁନାଥପୁର ବ୍ଲକ ଅନ୍ତର୍ଗତ ତାରପୁର ଗ୍ରା.ପ.ର ଅଚ୍ୟୁତପୁର ଠାରେ ତାଳଦଣ୍ଡା କେନାଲ ଉପରେ ଏକ ଦଦରା ବାଉଁଶ ଚାର ହିଁ ଗ୍ରାମବାସୀଙ୍କ ଯାତାୟତରେ ଭରଶା ଅଟେ । ଏଡିବି ସହାୟତାରେ ୨୦୦ ମିଟର ବ୍ୟବଧାନରେ ଦୁଇ ଦୁଇଟି ଢଳେଇ ପୋଲ କରାଯାଇଥିବାବେଳେ ଯେଉଁଠି ପ୍ରକୃତ ପୋଲ ଆବଶ୍ୟକ ସେଠାରେ କିନ୍ତୁ ଢଳେଇ ପୋଲ କରାଯାଇନାହିଁ ।

ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ୟଯୋଗୁ ତାଳଦଣ୍ଡା ମୁଖ୍ୟକେନାଲ ର ଆଧୁନିକିକରଣ କାର୍ଯ୍ୟ, ଦୁଇପାଶ୍ୱର୍ ବନ୍ଧର ସୁଦୃଢୀ କରଣ କାର୍ଯ୍ୟ ଏବଂ କେନାଲ ଉପରେ ବିଭିନ୍ନ ସ୍ଥାନରେ ଥିବା କାଠ ଓ ବାଉଁଶ ଚାର ପରିବର୍ତ୍ତେ ଢଳେଇ ପୋଲ କାର୍ଯ୍ୟ ସବୁସ୍ଥାନରେ କରାଯାଇନାହିଁ । ସେଥିପାଇଁ ତାରପୁର ଗ୍ରା.ପ.ର ଅଚ୍ୟୁତପୁର ଠାରେ ଥିବା ଏହି ଦଦରା ବାଉଁଶ ଚାରରେ ଏହି ଗ୍ରାମର ଲୋକମାନେ ବିପଦପୂର୍ଣ୍ଣ ଅବସ୍ଥାରେ ଯାତାୟତ କରୁଛନ୍ତି । ମାତ୍ର ତାଳଦଣ୍ଡା କେନାଲର ଅଚ୍ୟୁତପୁର ଠାରେ ଥିବା ଏକ କାଠ ପୋଲ ଭାଙ୍ଗିଯିବାପରେ ଲୋକମାନେ ନିଜସ୍ୱ ଉଦ୍ୟମରେ ବାଉଁଶରେ ଏକ ଚାର ତିଆରିକରି କେନାଲର ଅପରପାଶ୍ୱର୍ରେ ଥିବା ଚାଷଜମିକୁ ଯାତାୟତ କରୁଅଛନ୍ତି । ଏପରିକି, ଏହି କେନାଲଉପରେ ଅଚ୍ୟୁତପୁର, ତାରପୁର, ଗୋକଳପୁର, ହରିଶପୁର ଆଦି ଗ୍ରାମର ବହୁଲୋକ ଯାତାୟତ କରିଥାନ୍ତି । ବିଭାଗୀୟ ଉଚ୍ଚ କର୍ତ୍ତୁପକ୍ଷ ଏଥିପ୍ରତି ଦୃଷ୍ଟିଦେଇ ତୁରନ୍ତ ଏହି ଦଦରା ବାଉଁଶ ଚାର ବଦଳରେ ଢଳେଇ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀମାନେ ଦାବୀ କରିଛନ୍ତି ।

error: Thank You Keep Visiting