ଦୀପ ତଳ ଅନ୍ଧାର:ସ୍ୱାଧୀନତାର ୭୧ ବର୍ଷ ପରେ ମଧ୍ୟ ବିଲସାହି ଗ୍ରାମକୁ ରାସ୍ତା ନାହିଁ

Straight to the Point

ଜଗତସିଂହପୁର: ରଘୁନାଥପୁର ବ୍ଲକଠାରୁ ମାତ୍ର ୫୦୦ ମିଟର ଦୂରରେ ଥିବା ବିଲସାହି ଗ୍ରାମକୁ ସ୍ୱାଧୀନତାର ୭୦ ବର୍ଷ ପରେ ମଧ୍ୟ ରାସ୍ତା ନଥିବାରୁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ପ୍ରକାଶ ଥାଉକି, ରଘୁନାଥପୁର ପଞ୍ଚାୟତର ବିଲସାହି ଗ୍ରାମଟି ଚିର ଅବହେଳିତ ଅବସ୍ଥାରେ ପଡିରହିଛି । ଏହି ଗ୍ରାମକୁ ରାସ୍ତା ନଥିବାରୁ ଲୋକମାନେ ବର୍ଷାଦିନେ ପାଣିରେ ପଶି ଚାଷଜମି ହିଡରେ ଯାତାୟତ କରିଥାନ୍ତି । ବର୍ଷାଦିନେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟକୁ ଯାଇପାରନ୍ତି ନାହିଁ । ଏପରିକି ସଂ୍ମା ହେଲେ ଏହି ଗ୍ରାମକୁ ଯିବା ଅସମ୍ଭବ ହୋଇପଡେ ।

କୌଣସି ବ୍ୟକ୍ତି ମୁର୍ମୁକ୍ଷୁ ଅବସ୍ଥାରେ ରୋଗଶର୍ଯ୍ୟାରେ ଥିଲେ ତାକୁ ମେଡିକାଲ ନେବାପାଇଁ ଆମ୍ବୁଲାନ୍ସ କିମ୍ବା କୌଣସି ଯାନବାହନ ଏହି ଗ୍ରାମକୁ ଯିବାପାଇଁ ରାସ୍ତା ନାହିଁ । ଚାନ୍ଦପୁର ବଳରାମ ସାହୁ ଘରଠାରୁ ହରିଜନସାହି ପର୍ଯ୍ୟନ୍ତ ଯାଇଥିବା ଏକ ମାଟିରାସ୍ତାଟି ଆଜକୁ ୪୦ ବର୍ଷ ହେଲା ମୁଠାଏ ମୋହରମ ପଡିନାହିଁ । ୪୦ ବର୍ଷ ପୂର୍ବେ ମାଟିପକାଯାଇ ଏହି ରାସ୍ତାଟି ନିର୍ମାଣ କରାଯାଇଥିଲା । ଏହି ରାସ୍ତାଟି ଉପରେ ବିଲସାହିର ଲୋକମାନେ ତାଙ୍କ ସାହିରୁ ଆସି ଏହିରାସ୍ତା ଦେଇ ରଘୁନାଥପୁର ବଜାର ଆଦି ସ୍ଥାନକୁ ଆସିଥାଆନ୍ତି । ଏହି ଗ୍ରାମକୁ ରାସ୍ତା ନିର୍ମାଣ ନିମନ୍ତେ ବିଲସାହିର ଜନସାଧାରଣ ଆଜକୁ ୩୧ ବର୍ଷ ହେଲା ତତ୍କାଳୀନ ପୂର୍ବତନ ବିଧାୟକ, ସାଂସଦ, ଜିଲ୍ଲାପାଳ, ବିଡିଓ, ବ୍ଲକ ଅଧ୍ୟକ୍ଷଙ୍କୁ ବାରମ୍ବାର ଦାବିପତ୍ର ଦେଇ ଭେଟିଥିଲେ ମଧ୍ୟ ଏହାର କୌଣସି ସୁଫଳ ପାଇପାରିନାହାନ୍ତି । ଏହି ଗ୍ରାମକୁ ତୁରନ୍ତ ରାସ୍ତା ନିର୍ମାଣ କରାନଗଲେ ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଜଣାଇଛନ୍ତି ।

error: Thank You Keep Visiting