ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରରେ ଚାଲିଛି ଟେଣ୍ଡର ଫିକ୍ସିଂ,କାହା ସ୍ୱାର୍ଥରେ ଟେଣ୍ଡର ନହୋଇ ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ?

Straight to the Point

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକରେ ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରରେ ଚାଲିଛି ରାସ୍ତା ଟେଣ୍ଡର ଫିକିସଂ । ଟେଣ୍ଡର ନହୋଇ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ ହେଉଥିବା ନଜରରେ ରହିଛି । ଗତ ମାସ ୨୪ /୦୯ରିଖ ଦିନ ତିର୍ତ୍ତୋଲ ବ୍ଲକ ତରଜଙ୍ଗା ପଞ୍ଚାୟତ କୋଟକଣା ଠାରୁ କାବଲପୁର ରାସ୍ତାର ଉନ୍ନତି କରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ କରିଥିଲେ । ଯାହାକୁ ନେଇ ସେତେବେଳେ ବିଭିନ୍ନ ସମାଲୋଚନା ହେଉଥିବା ଜଣାପଡ଼ିଥିଲା । ପରବର୍ତ୍ତୀ ସମୟରେ ଏହି ରାସ୍ତା ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା ।

୬ଜଣ ଠିକାଦାର ଏହି ରାସ୍ତାପାଇଁ ଟେଣ୍ଡର ପକାଇଥିବାବେଳେ ୩ ଜଣ ଠିକାଦାରଙ୍କର କୌଣସି କାରଣ ବସତ ଟେଣ୍ଡରେ ଭାଗନେଇପାରିନଥିଲେ । ଆଜି ଅନ୍ୟ ୩ଜଣଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟବିଭାଗ କାର୍ଯ୍ୟାଳୟରେ ଲଟେରୀ କରାଯାଇଥିଲା । ଏଥିରେ ବଡ଼ପାଳର ଗ୍ରାମର ଜନେକ ଠିକାଦାରଙ୍କ ନାମରେ ଉଠିଥିଲା । ଯାହାକୁ ନେଇ ଅନ୍ୟ ଠିକାଦାରମାନଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା । ରାସ୍ତାର ଟେଣ୍ଡର କରାନଯାଇ କେଉଁଭଳି ଉପାୟରେ ରାସ୍ତାର ଭିତ୍ତିପ୍ରସ୍ଥର ସ୍ଥାପନ କରାଯାଉଛି ତାହା ସମାଲେଚନାର ବିଷୟବସ୍ତୁ ପାଲଟିଛି ।

ତିର୍ତ୍ତୋଲ ବିଧାୟିକା ଡ଼. ମଲ୍ଲିକ ନିଜର ପତିଆରା ଜାହିର କରିବାପାଇଁ ଟେଣ୍ଡର ନହୋଇଥିବା ରାସ୍ତାକୁ ଭିତ୍ତିପ୍ରସ୍ଥର ସ୍ଥାପନ ଗତମାସ ୨୪ ତାରିଖରେ କରିଥିଲେ । ଏହି ଭିତ୍ତିପ୍ରସ୍ଥର ସ୍ଥାପନ ନିକଟରେ ବିଭାଗୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା । ଟେଣ୍ଡର କରାନଯାଇ କାହା ସ୍ୱାର୍ଥରେ ଏହି ରାସ୍ତାର ଭିତ୍ତପ୍ରସ୍ଥର ସ୍ଥାପନ କରାଯାଇଥିଲା ତାହା ପ୍ରଶ୍ନ ବାଚୀ ସୃଷ୍ଟି କରିଥିଲା । ଏହି ଟେଣ୍ଡର ର ଲଟେରୀରେ ହୋଇଥିବା ଅନିୟମିତତା ବିଷୟରେ ପଚାରିବାରୁ ଗ୍ରାମ୍ୟଉନ୍ନୟନ ବିଭାଗୀ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋରଞ୍ଜନ ପଟ୍ଟନାୟକଙ୍କୁ ଯୋଗାଯୋଗ କରିବାରୁ ସେ କହିଲେ ଯେ କୌଣସି ଅନିୟମିତତା ହୋଇନାହିଁ ଯାହା ଲେଖିବାର ଅଛି ତାହା ଲେଖ ।

error: Thank You Keep Visiting