ଖଣି କ୍ଷତିଗ୍ରସ୍ତଙ୍କ ବିକ୍ଷୋଭ

An Independent Media

ତାଳଚେର : ତାଳଚେରର ଏମ୍ସିଏଲର ବିଭିନ୍ନ ଖଣି ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକେ ଅନୁଗୋଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ତାଳଚେର ଖଣି ଖଦାନ କ୍ଷତିଗ୍ରସ୍ତ ପ୍ରଜାସଂଘର ସଭାପତି ଇଂ ମନୋଜ ପ୍ରଧାନଙ୍କ ନେତୃତ୍ୱରେ କ୍ଷତିଗ୍ରସ୍ତ ପ୍ରଜାମାନେ ଅନୁଗୋଳ ଷ୍ଟାଡିୟମ ନିକଟରୁ ବିଶାଳ ରାଲିରେ ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ତାଳଚେରରେ କାର୍ଯ୍ୟରତ ଠିକା ସଂସ୍ଥାମାନଙ୍କରେ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ ୯୦ ପ୍ରତିଶତ ସ୍ଥାନୀୟ ନିଯୁକ୍ତି, ତାଳଚେରର ଉତ୍ତରାତ୍ତର ଉନ୍ନତୀ ପାଇଁ ବାର୍ଷିକ ୫ ଶହ କୋଟି ଟଙ୍କାର ୧୦ ବର୍ଷ ପର୍ଯ୍ୟନ୍ତ ସ୍ୱତନ୍ତ୍ର ପ୍ୟାକେଜ, ଶିଳ୍ପନଗରୀ କଣିହାଁରୁ ତାଳଚେର ଦେଇ ରାଜଧାନୀକୁ ଯାତ୍ରୀବାହୀ ବସ ଚଳାଚଳ, କୋଇଲା ପରିହବନ ଟ୍ରେନରେ ପାଲ ଭିଡାଯାଇ ୧୦ ହଜାର ବେକାର ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପ୍ରଦୂଷଣର ସ୍ଥାୟୀ ପ୍ରତିକାର ଆଦି ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।

error: Thank You Keep Visiting