ବୃଦ୍ଧାଙ୍କ ପାଇଁ ବାର୍ଦ୍ଧକ୍ୟ ଭତ୍ତା ଅପହଞ୍ଚ

Straight to the Point

ବାଲିଚନ୍ଦ୍ରପୁର: ବଡ଼ଚଣା ବ୍ଲକ ଅନ୍ତର୍ଗତ ବରଦା ଗ୍ରାମପଞ୍ଚାୟତର ସୁନାପାଳ ଗ୍ରାମର ଜିରା ଦଳେଇ (୭୯)ଙ୍କ ପାଇଁ ସରକାରୀ ଯୋଜନା ଗୁଡ଼ିକ ଯେମିତି ଅପହଞ୍ଚ । ବାରମ୍ବାର ପଞ୍ଚାୟତରୁ ବ୍ଲକ ପର୍ଯ୍ୟନ୍ତ ଦୌଡ଼ି ନୟାନ୍ତ ହେଲେ ମଧ୍ୟ ତାଙ୍କର ଗୁହାରୀ କେହି ଶୁଣିବାକୁ ନାହିଁ । ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତାଟିଏ ପାଇଁ ବାରମ୍ବାର ନିବେଦନ କରିଥିଲେ ମଧ୍ୟ ତାଙ୍କର ଆବେଦନ ପତ୍ର ବ୍ଲକ ଅଫିସର ଫାଇଲ ତଳେ ଦବି ଯାଏ । ସେ ବି.ଡି.ଓ ତଥା ଜିଲାପାଳଙ୍କର ଗ୍ରେଭାନ୍ସ ସେଲରେ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିପାରିନାହିଁ । ସେ ଜଣେ ନିଶ୍ୱ, ଦଳିତ ଶ୍ରେଣୀର ବିଧବା ମହିଳା ହୋଇଥିଲେ ମଧ୍ୟ ସରକାରଙ୍କର ସମସ୍ତ ଯୋଜନାରୁ ସେ ବଞ୍ôଚତ ଅଟନ୍ତି । ପ୍ରଶାସନ ଏ ପ୍ରତି ଦୃଷ୍ଟି ଦେଇ ବୃଦ୍ଧାଙ୍କୁ ସହଯୋଗ ପ୍ରଦାନ ପାଇଁ ସାଧାରଣରେ ଦାବି ହେଉଛି ।

error: Thank You Keep Visiting