ନାଉଗାଁ ବ୍ଲକରେ ଖାଦ୍ୟ ସୁରକ୍ଷା ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ଯୋଗ୍ୟ ହିତାଧିକାରୀ ଚୟନରେ ଅନିୟ ମିତତା ହୋଇଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ନାଉଗାଁ ବ୍ଲକର ବାଂଶ ପଞ୍ଚାୟତର ·ନ୍ଦପୁର ଗ୍ରାମର ହରିଜନ ସାହିର ରେବତୀ ଗୋଚ୍ଛାୟତ,କନ୍ୟାକୁମାରୀ ଗୋଚ୍ଛାୟତ,ଲକ୍ଷ୍ମୀପ୍ରିୟା ଗୋଚ୍ଛାୟତଙ୍କ ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀୟ ହୋଇଥିବା ସ୍ଥଳେ ସେମାନଙ୍କୁ ସରକାରଙ୍କର ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଉନାହିଁ ବୋଲି ସେମାନେ କହିଛନ୍ତି ।

ଯାହାକି ରାଜ୍ୟ ସରକାର ଡିମ୍ଡିମ୍ ପିଟୁ ଛନ୍ତି ଯେ ଓଡିଶାରେ କେହି ଜଣେ ହେଲେ ଯୋଗ୍ୟ ହିତାଧିକାରୀ ଖାଦ୍ୟ ସୁରକ୍ଷା ଯୋଜନାରୁ ବାଦ୍ ପଡିବେ ନାହିଁ । କିନ୍ତୁ ଜଗତସିଂହପୁର ଜିଲ୍ଲା ପ୍ରଶାସନର ବେପରୁଆ ମନୋଭାବ ଓ ବ୍ଲକ ପ୍ରଶାସନର ଦଳୀୟ ଭିତ୍ତିରେ ରାସନ୍ କାର୍ଡ ଚୟନ କରୁଥିବା ନେଇ ଯୋଗ୍ୟ ହିତାଧିକାରୀ ବାଦ୍ ପଡୁଥିବା ନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହେଉଅଛି । ଏହି ବାଂଶ ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ଲକ ସ୍ତରୀୟ ଅଧିକାରୀ ମାନେ କୋଠାଘର ବାଲାଙ୍କ ଘରେ ବସି ଦଳୀୟ ଭିତ୍ତିରେ ସଲାସୁତୁରା କରି ସେମାନଙ୍କୁ ରାସନ କାର୍ଡ ବଣ୍ଟନ କରିଛନ୍ତି । ଏପରିକି ବହୁ ଯୋଗ୍ୟ ହିତାଧିକାରୀ ଏହି ଖାଦ୍ୟ ସୁରକ୍ଷାରେ ସାମିଲ ହୋଇପାରିନାହାନ୍ତି । ତେଣୁ ଏହା ଉଚ୍ଚ ସ୍ତରୀୟ ତଦନ୍ତ କରି ଗରିବ ଓ ଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ କାର୍ଡ ବଣ୍ଟନ ନକଲେ ଆନ୍ଦୋଳନ କରାଯିବ ବୋଲି ରେବତୀ ଗୋଚ୍ଛାୟତ କହିଛନ୍ତି ।

error: Thank You Keep Visiting