ଠିକାଦାର ଓ ଯନ୍ତ୍ରୀଙ୍କ ଅସୀମ କୃପାରୁ ବଡ ବଡ ପୋଖରୀରେ ପରିପୁର୍ଣ୍ଣ ହେଲା ନଦୀବନ୍ଧ ରାସ୍ତା

Straight to the Point

ଜଗତସିଂହପୁର: ଜଳ ସମ୍ପଦ ବିଭାଗର ମହାନଦୀ ନର୍ଥ ଡିଭିଜନ ଓରିକଣ୍ଟା କନିଷ୍ଠ ଯନ୍ତ୍ରୀ ଅଧିନରେ ଥିବା ମାହାଳ ହାଟ ପାଖରୁ ନୟନପୁର ଗଡା ପର୍ଯ୍ୟନ୍ତ ପ୍ରାୟ ୪ କିଲାମିଟର ନଦୀବନ୍ଧ ରାସ୍ତା ଠିକାଦାର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକା ପାଇଁ ବନ୍ଧଟି ବଡ ବଡ ପୋଖରୀରେ ପରିଣତ ହୋଇଛି । ଯାହାଫଳରେ ହନ୍ତସନ୍ତ ହେଉଛନ୍ତି ୩ ଗୋଟି ଜିଲ୍ଲ୍ାର ହଜାର ହଜାର ଜନସାଧାରଣ । ପ୍ରକାଶ ଥାଉକି ତାରପୁରଠାରେ ମହାନଦୀରେ ପୋଲ ହେବା ପରେ ଆଜକୁ ୨୦ ବର୍ଷ ହେବ ଏହି ନଦୀ ବନ୍ଧ ରାସ୍ତାରେ ୩ ଗୋଟି ଜିଲ୍ଲାର ମୂଖ୍ୟତଃ କଟକ, କେନ୍ଦ୍ରାପଡା, ଜଗତସିଂହପୁରର ହଜାର ହଜାର ଜନ ସାଧାରଣ ଦୈନଦିନ ଏହି ନଦୀବନ୍ଧ ଦେଇ ଯାତାୟତ କରିଥାନ୍ତି ।

ଏହାର ଜ୍ୱଳନ୍ତ ଉଦାହରଣ ମାହାଳହାଟ ଫାଣ୍ଡି ଠାରୁ ନୟନପୁର ଗଡା ପର୍ଯ୍ୟନ୍ତ ନଦୀବନ୍ଧ ରାସ୍ତାଟି ବଡ ବଡ ଶହ ଶହ ଖାଲ ଖମାରେ ପୁର୍ଣ୍ଣ ହୋଇ ବିପଦପୁର୍ଣ୍ଣ ଅବସ୍ଥାରେ ରହିଛି । ଯାହା ଫଳରେ ଦୈନିକ ଚଳପ୍ରଚଳ କରୁଥିବା କ୍ରୀଷ୍ଣାନନ୍ଦପୁର, ବିଷନପୁର, କନିମୁଳ, ଦାଇଁଲୋ, ଶଙ୍ଖେଶ୍ୱର, ତେଣ୍ଡାକୁଡା, ପଳସୁଧା, ପାଟକୁରା, ଉତରକୁଳ, ବାବୁଜଙ୍ଗ, ମହମ୍ମଦପୁର, ମଣିଜଙ୍ଗ, ବେଣିରାମପୁର, ତରତ ଆଦି ୮୦ ଗୋଟିରୁ ଉଦ୍ଧ୍ୱର୍ ପଚାଂୟତର ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଠାରେ ସୂଚନା ଯୋଗ୍ୟ ମାହାଳ ହାଟ ସାନନୟନପୁର ନଦୀବନ୍ଧ ରାସ୍ତାର ବିରିବନ୍ଧ ଉପରେ ଏକ ବିଦ୍ୟୁତ୍ ଖୁଣ୍ଠ ଉପୁଡିରାସ୍ତା ଉପରେ ପଡିଛି । ଏହି ବିଦ୍ୟୁତ୍ ଖୁଂଟଟି ବିପଦପୁର୍ଣ୍ଣ ଅବସ୍ଥାରେ ରହିଛି । ପଥଚାରୀ ଓ ଯାନବାହାନ ଏହି ବିଦ୍ୟୁତ୍ ଖୁଂଟରେ ଧକା ହୋଇ ଧନ ଜୀବନ କ୍ଷୟ ହେବାର ଯଥେଷ୍ଟ ସମ୍ଭାବନ ଦେଖାଦେଇଛି ।

ଏପରିକି ଏହି ରାସ୍ତାରେ ପ୍ରତିଦିନ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜିବନ କ୍ଷୟ ହେବାରେ ଲାଗିଛି । ସ୍କୁଲ କଲେଜ କୁ ଯାଉଥିବା ଛାତ୍ର ଛାତ୍ରୀ ମାନେ ପାଠ ପଢିବାକୁ ବହୁ କଷ୍ଟର ସହ ଯାତାୟତ କରୁଅଛନ୍ତି । ପ୍ରତିବର୍ଷ ଏହି ରାସ୍ତାଟିକୁ ମରାମତି ଓ ରକ୍ଷାଣାବେକ୍ଷଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଥିଲେ ମଧ୍ୟ ଏହି ବିଭାଗର ଅସାଧୁ ଯନ୍ତ୍ରୀମାନଙ୍କ ପାଇଁ ରାସ୍ତାର ଅବସ୍ଥା ସୁଧୁରୁ ନାହିଁ । ଏହି କାମ କରାଯିବାର ଏକ ମାସ ମଧ୍ୟରେ ରାସ୍ତାର ଅବସ୍ଥା ଯଥାପୂର୍ବଂ ତଥା ପରଂ ଅବସ୍ଥା ସୃଷ୍ଟି ହେଉଛି । ଏଥିପ୍ରତି ରାଜ୍ୟସରକାର ଓ ଜଳ ସମ୍ପଦ ବିଭାଗର ଉଚ୍ଚ କତୃପକ୍ଷ ଦୃଷ୍ଟି ଦେଇ ତୁରନ୍ତ ଏହି ରାସ୍ତାଟିକୁ ଢଳେଇ ରାସ୍ତା କରିବାକୁ ଏ ଅଂଚଳର ହଜାର ହଜାର ଲୋକ ଦାବି କରିଛନ୍ତି । ନଚେତ୍ ଦିପାଚଂଳବାସୀ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟହେବେ ।

error: Thank You Keep Visiting