୨୫୦୦ ମେଟ୍ରିକ୍ ଟନ୍ ଘରୋଇ ଗୋଦାମ ଉଦଘାଟନ

Straight to the Point

ତାଳଚେର: ତାଳଚେର ମହାବିଦ୍ୟାଳୟ ନିକଟରେ ବିଶିଷ୍ଟ ସମାଜ ସେବି ତଥା ତାଳଚେର ପ୍ରେସ୍ କ୍ଲବ ର ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁ ନିଜ ପ୍ରଚେଷ୍ଠାରେ ୨୫୦୦ ମେଟ୍ରିକ୍ ଟନ୍ କାପାସିଟ୍ର ଏକ ଗୋଦାମ ଘରକୁ ରବିବାର ୧୨.୦୫ ମିନିଟ୍ରେ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ପାଲଲହଡା ବିଧାୟକ ମହେଶ ସାହୁ, ଜିଲ୍ଲା ଖାଦ୍ୟ ଯୋଗାଣ ଅଧିକାରୀ, ଅନୁଗୋଳ ଉପଖଣ୍ଡ ଯୋଗାଣ ଅଧିକାରୀ, ନଗରପାଳ ପବିତ୍ର ଭୂତିଆ, ୟୁବିଆଇ ବ୍ୟାଙ୍କର ପ୍ରବନ୍ଧକ ଓ ଗୋଦାମର ମାଲିକ ପୂର୍ଣ୍ଣ ଚନ୍ଦ୍ର ସାହୁଙ୍କ ସହିତ ତାଙ୍କ ପରିବାର ବର୍ଗ ଓ ସାମ୍ବାଦିକ ଦେବୀ ମିଶ୍ର, ପ୍ରକାଶ ସାହୁ, ତପନ ମହାରଣା, ବିଘ୍ନ ସାହୁ, ସୌଭାଗ୍ୟ ମହାରଣା, ସ୍ୱତନ୍ତ୍ର ସରକାରୀ ଓକିଲ ଗିରିଜା ମିଶ୍ର (ବାପୁ) , ସରକାରୀ ଓକିଲ ହରେକୃଷ୍ଣ ପାତ୍ର, ପୂର୍ବତନ ଓକିଲ ସଂଘର ସଭାପତି ସନ୍ତୋଷ ସାହୁ, କାଉଁନ୍ସିଲର ରବି ବାରିକ ଓ ଜୟନ୍ତ ଭୂତିଆ, ଜ୍ୟୋତି ରଞ୍ଜନ ଦାସ୍, ଜିତେନ୍ଦ୍ର ମହାପାତ୍ର, ସିତିକାନ୍ତ ବାରିକ୍, ବେଣୁଧର ଦାସ୍, ବିଶିଷ୍ଟ ବ୍ୟବସାୟୀ ମହେଶ ଅଗ୍ରୱାଲ, ଅଧ୍ୟାପକ ମୁନା ଶର୍ମା । ମୁଖ୍ୟ ଅତିଥି ତାଙ୍କ ଭାଷଣ ପ୍ରସଙ୍ଗରେ ଅଞ୍ଚଳବାସୀଙ୍କ ବହୁ ସୁବିଧା ହେବା ସହ ଅଂଚଳବାସୀଙ୍କ ବହୁ ଉନ୍ନତି ଆସିବ । ଶେଷରେ ଶ୍ରୀ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

error: Thank You Keep Visiting