ହାତୀ ଆକ୍ରମଣରେ ଜଣଙ୍କର ଜୀବନ ଗଲା

Straight to the Point

ବନ୍ତଳା: ଅନୁଗୋଳ ବ୍ଲକ ବଢକନ୍ଥକୁଳ ପଞ୍ଚାୟତର ନୂଆଁକ୍ଷେତା ଗ୍ରାମର ଜଣେ ବ୍ୟକ୍ତି ନିକଟ ଜଙ୍ଗଲକୁ ଛତୁ ଆଣିବାକୁ ଯାଇଥିବା ବେଳେ ଏକ ହାତୀ ଆକ୍ରମଣରେ ତାଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ବନ୍ତଳା ବନାଞ୍ଚଳ ନୂଆଁକ୍ଷେତା ଗ୍ରାମର ରମେଶ ସାହୁ (୪୮) ଗାଁ ଜଙ୍ଗଲକୁ ଛତୁ ଖୋଜିବା ପାଇଁ ଯାଇଥିଲେ । ପରିବାରଲୋକ ତାଙ୍କ ଫେରିବା ବାଟକୁ ଅପେକ୍ଷା କରିଥିଲେ ମଧ୍ୟ ସେ ଗତକାଲି ସନ୍ଧ୍ୟା ସୁଦ୍ଧା ଘରକୁ ଫେରି ନଥିଲେ । ପରିବାର ପକ୍ଷରୁ ଗତକାଲି ଗାଁରେ ଖୋଜିବା ପରେ ଏ ନେଇ ବନ୍ତଳା ଥାନାରେ ଜଣାଇଥିଲେ । ଗ୍ରାମବାସୀ ଜଙ୍ଗଲ ମଧ୍ୟରେ ଖୋଜିବା ପରେ ସେଠାରେ ତାଙ୍କ ମୃତଦେହ ପଡିଥିବା ଦେଖିଥିଲେ ।

ପାରିପାଶ୍ୱିର୍କ ଅବସ୍ଥାରୁ ତାଙ୍କୁ ହାତୀ ମାରିଥିବା ଜଣାପଡିବା ପରେ ବନ ବିଭାଗ ଓ ବନ୍ତଳା ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚଥିଲେ । ହାତ୍ରୀ ଆକ୍ରମଣରେ ରମେଶଙ୍କ ମୃତ୍ୟୁକୁ ନେଇ ସେଠାରେ କିଛି ସମୟ ଚାପା ଉତ୍ତେଜନା ଦେଖା ଦେଇଥିଲା । କ୍ଷତିପୂରଣ ପ୍ରଦାନ ପାଇଁ ବନ ବିଭାଗ କହିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ବନ୍ୟପ୍ରାଣୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ଦେବା ବ୍ୟବସ୍ଥା ଥିବା ଓ ସେଥିରୁ ଶୁଦ୍ଧିକ୍ରିୟା ପାଇଁ ୪୦ ହଜାର ଦିଆଯାଇଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି । ଘଟଣାସ୍ଥଳରେ ବନ୍ତଳା ଥାନା ଅଧିକାରୀ ସବ୍ୟସାଚୀ ରାଉତଙ୍କ ସମେତ ବନ୍ତଳା ବନାଞ୍ଚଳର ରେଞ୍ଜର ଶରତ ମହାପାତ୍ର, ଏସଇଏଫ ବାସୁଦେବ ନାୟକ, ପ୍ରବେଶନର ଆଇଏଫଏସ୍ ଧନରାଜ ଏଚଡି, ବନପାଳ ନିର୍ମଳ ଦାସ ଓ ବନରକ୍ଷୀ ସିତୁ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦିଆଯାଇଛି

error: Thank You Keep Visiting