ଉନ୍ନୟନମୂଳକ କାର୍ଯ୍ୟର ତଥ୍ୟ ପ୍ରଦାନ କଲେ ବିଧାୟକ

Straight to the Point

କଣିହାଁ: କଣିହାଁ ବ୍ଲକ ଅନ୍ତର୍ଗତ ସମଲ ବ୍ୟାରେଜ ଗେଷ୍ଟହାଉସ୍ ଠାରେ ସାମ୍ବାଦିକ ସମ୍ମିଳନୀରେ ପାଲଲହଡା ବିଧାୟତ ତଥା ଜିଲ୍ଲଶ ଯୋଜନା ବୋର୍ଡ ଅଧ୍ୟକ୍ଷ ମହେଶ ସାହୁ କଣିହାଁ ବ୍ଲକର ରାଜ୍ୟ ସରକାରଙ୍କ ଦ୍ୱାରା ୪ ବର୍ଷ ମଧ୍ୟରେ କରାଯାଇଥିବା ବିଭିନ୍ନ ଉନ୍ନୟନ କାମ ସଂପର୍କରେ ତଥ୍ୟ ପ୍ରଦାନ କରିଥିଲେ । କରାଯାଉଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସଯପର୍କରେ ବିଧାୟକ ଶ୍ରୀ ସାହୁ ସାମ୍ବାଦିକ ମାନଙ୍କ ସୁଚିନ୍ତିତ ମତାମତ ଓ ପରାମର୍ଶ ଦେବା ପାଇଁ ସମ୍ମିଳନୀରେ କହିଥିଲେ ।

୪ ବର୍ଷ ମଧ୍ୟରେ ରେଙ୍ଗାଳି ଡ୍ୟାମ ତଳେ ୪୯ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ ସେତୁ ନିର୍ମାଣର କାର୍ଯ୍ୟାରମ୍ଭ, ୧୨ କୋଟି ବ୍ୟୟରେ ବଲାଙ୍ଗିଠାରୁ ବିକିସର ପର୍ଯ୍ୟନ୍ତ ଓସାରିଆ ରାସ୍ତାର କାର୍ଯ୍ୟାରମ୍ଭ, ରେଙ୍ଗାଳି ଖମାର ସଡକର ପ୍ରଶସ୍ତିକରଣ ପାଇଁ ନିଲାମ ପ୍ରକ୍ରିୟା ଜାରି ରହିବା, ଗ୍ରାମ ଉନ୍ନୟନ ବିଭାଗ ଆନୁକୂଲ୍ୟରେ ଗେଙ୍ଗୁଟିଆ – ଅର୍କିଳି ରାସ୍ତା ପାଇଁ ୫୦ ଲକ୍ଷ, ଶିପୁର – ସରଧାପୁର ପାଇଁ ୫୦ ଲକ୍ଷ, କର୍ଣ୍ଣପାଳ ଅର୍କିଳ ପାଇଁ ୫୦ ଲକ୍ଷ, ମହିଧରପୁର – ବୁରୁକୁନା ପାଇଁ ୨୫ ଲକ୍ଷ, ଖିଣ୍ଡୋ – କୁଳୁମା ପାଇଁ ୫.୪ କୋଟି, ହନୁମାନପୁର – ନାଲମ ପାଇଁ ୨୫ ଲକ୍ଷ, ବୋଲ – ଘଂଟିଆନାଳୀ ଟିକିରା ସେତୁ ପାଇଁ ୪ କୋଟି ମଞ୍ଜୁର କରାଯାଇ କାମ ଚାଲିଥିବା ଶ୍ରୀ ସାହୁ ସୂଚନା ଦେଇଥିଲେ ।

ଏଥି ସହିତ ହରିହରପୁର, ବିରୁ, କୁଲେଇ ଉଚ୍ଚବିଦ୍ୟାଳୟରେ ୧୫ ଲକ୍ଷ ଟଙ୍କାର କୋଠା ନିର୍ମାଣ, ପବିତ୍ରନଗର ଓ ଗୋଡିବନ୍ଧ ଉଚ୍ଚବିଦ୍ୟାଳୟରେ ୧୨ ଲକ୍ଷ ଟଙ୍କାର କୋଠା ନିର୍ମାଣ, ସିଆରିଆ – ମହୁଲିଆପଶି-ବରପାଳ ରାସ୍ତା ପାଇଁ ମୁଖ୍ୟମନ୍ତ୍ରୀ ସଡକ ଯୋଜନାରେ ୧.୭୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବା ବେଳେ ବାଲିଝରଣ – ସିଆରିଆ, ମହିଧରପୁର-ପରାବିଲ, କରଡାଖମଣ – ଗଣ୍ଡମଳା, ଦୁର୍ଗାପୁର-ବୁରୁବାହାର ସଡକକୁ ଆରଡି ବିଭାଗକୁ ହସ୍ତାନ୍ତର ପାଇଁ ପ୍ରୟାସ ଜାରି ରହିଛି । ଏତ୍ଦ ବ୍ୟତୀତ କଣିହାଁ ଆଦର୍ଶ ବିଦ୍ୟାଳୟ କୋଠା ନିର୍ମାଣ ପାଇଁ ୧୦କୋଟି ଅର୍ଥ ମଞ୍ଜୁର କରାଯିବା ସହ ଝରାବେରେଣୀଠାରେ ୧୫ ଏକର ଜମି ଚିହ୍ନଟ କରାଯାଇଥିବା ସେ ସୂଚନା ଦେଇଥିଲେ ।

ଆମ ଗାଁ ଆମ ବିକାଶ ଯୋଜନାରେ ବ୍ଲକର ୧୯ ପଞ୍ଚାୟତ ପାଇଁ ୪ କୋଟି ୭୫ ଲକ୍ଷ ଟଙ୍କା ମଂଜୁର କରାଯାଇଥିବା, ବିଧାୟକ ଉନ୍ନୟନ ପାଣ୍ଠି, ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି, ସ୍ୱତନ୍ତ୍ର ସମସ୍ୟା ପାଣ୍ଠି, କ୍ରିଟିକାଲ ଗ୍ୟାପ୍ ଫଣ୍ଡ ମାଧ୍ୟମରେ ୧୯ ପଞ୍ଚାୟତର ବର୍ଷକୁ ୧ କୋଟି ୨୫ ଲକ୍ଷ ଟଙ୍କା ବ୍ୟୟ ମଂଜୁର କରାଯାଇଥିବା, ବୁଲାଝାର ପର୍ଯ୍ୟଟନ କେନ୍ଦ୍ରର ବିକାଶ ପାଇଁ ୩୪ ଲକ୍ଷ ଟଙ୍କା ପ୍ରକଳ୍ପର ଶୁଭାରମ୍ଭଗ କରାଯିବା ସହ ସ୍ୱାସ୍ଥ୍ୟ, ଶିକ୍ଷା, ଶକ୍ତି, ପାନୀୟ ଜଳ, ଜଙ୍ଗଲ ଓ ପରିବେଶ ବିଭାଗ, ରାଜସ୍ୱ ଓ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା ଓ ଜନସାଧାରଣଙ୍କୁ ପ୍ରଦାନ କରାଯାଉଥିବା ଭତ୍ତା, ଘର ଓ ରାସନ କାର୍ଡ ସଂପର୍କରେ ବିଧାୟକ ଶ୍ରୀ ସାହୁ ସୂଚନା ଦେଇଥିଲେ ।

ସାମ୍ବାଦିକ ସମ୍ମିଳନୀରେ କଣିହାଁ ବିଜେଡି ସଭାପତି ଶ୍ୟାମସୁନ୍ଦର ସାହୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ ସାହୁ, ଆବାହକ ବୁଦ୍ଧିମନ୍ତ ସାହୁ, ଜିଲ୍ଲା ବିଜେଡି ଉପସଭାପତି ସୁନିଲ କୁମାର ପ୍ରଧାନ, କଣିହାଁ ବ୍ଲକ ବିଜେଡି ମିଡିଆ ସେଲର ନିର୍ମଳ ସାହୁ, ସୁବାସ ମହାନ୍ତି, ଝସକେତନ ସାହୁ, ନିଶାକର ପ୍ରଧାନ ଓ କୁଳମଣୀ ବେହେରା, ବିଷ୍ଣୁ ଚରଣ ଦାସ, ପ୍ରଫୁଲ୍ଲ ସ୍ୱାଇଁ, ବିଷ୍ଣୁ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

error: Thank You Keep Visiting