ତାଳଚେରରେ ଲୁପ୍ ଲାଇନ ନିର୍ମାଣ ପାଇଁ କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଓକିଲ ସଂଘର ଦାବୀ ପତ୍ର

Straight to the Point

ତାଳଚେର : ଏମସିଏଲ ତାଳଚେରଠାରେ ଥିବା ଭୁବନେଶ୍ୱରୀ ଓ ଅନନ୍ତ କୋଇଲା ଖଣିକୁ ଗସ୍ତରେ ଆସିଥିବା କେନ୍ଦ୍ର ସରକାରଙ୍କର ରେଳ ଓ କୋଇଲା ମନ୍ତ୍ରୀ ପିୟୁସ ଗୋଏଲଙ୍କୁ ସାକ୍ଷାତ କରି ତାଳଚେର ଓକିଲ ସଂଘ ସଭାପତି ଦୟାଶଙ୍କର ମିଶ୍ରଙ୍କ ନେତୃତ୍ୱରେ ଏକ ଦାବୀ ପତ୍ର ମନ୍ତ୍ରୀଙ୍କୁ ଦିଆଯାଇଥିଲା । ତାଳଚେର ରେଲୱେ ଷ୍ଟେସନ ରାଜ୍ୟରେ ବହୁ ପୁରୁଣା ପ୍ରାୟ ୧୯୨୮ମସିହାରୁ ନିର୍ମାଣ ହୋଇଥିଲା । ୨୦୦୦ ମସିହାରେ ଅନୁଗୋଳ ଓ ସମ୍ବଲପୁର ରେଳ ଲାଇନ୍ ସଂଯୋଗ ହୋଇଛି । ନୂତନ ଭାବରେ ତାଳଚେର ରୋଡ୍ ଷ୍ଟେସନ ନିର୍ମାଣ ହେଲା । ଏହି ଷ୍ଟେସନ ଦେଇ ବହୁ ଏକ୍ସପ୍ରେସ୍ ଟ୍ରେନ୍ ଯାତାୟତ କରୁଛି ।

ତାଳଚେର ମୁଖ୍ୟ ଷ୍ଟେସନ ଦେଇ ଆସୁନାହିଁ । ଏହାର ସମାଧାନ ପାଇଁ ମାତ୍ର ୯ କିମି ନୂତନ ରେଲୱେ ଲାଇନ୍ (ଲୁପ୍ ଲାଇନ୍) ସଂଯୋଗ କଲେ ସମ୍ବଲପୁର ଯାଉଥିବା ସମସ୍ତ ଏକ୍ସପ୍ରେସ୍ ଟ୍ରେନ ତାଳଚେର ଆସିପାରିବ । ସାକ୍ଷାତ ସମୟରେ ତାଳଚେର ଓକିଲ ସଂଘର ବରିଷ୍ଠ ସଦସ୍ୟ ଏବଂ ବିଜେପି ରାଜ୍ୟ ସଂପାଦକ କାଳନ୍ଦି ସାମଲ ଓ ପ୍ରାକ୍ତନ ରାଜ୍ୟସଭା ସାଂସଦ ରୁଦ୍ରପାଣି ଉପସ୍ଥିତ ଥିଲେ ।

error: Thank You Keep Visiting