କୋଇଲା ମନ୍ତ୍ରୀଙ୍କୁ ବିଧାୟକଙ୍କ ଦାବୀ ପତ୍ର

Straight to the Point

ତାଳଚେର : କେନ୍ଦ୍ର କୋଇଲା, ଶକ୍ତି ଓ ରେଳ ମନ୍ତ୍ରୀ ପୀୟୁଷ ଗୋଏଲଙ୍କ ଦିନିକିଆ ତାଳଚେର ଗସ୍ତ ଅବସରରେ ମାନ୍ୟବର ବିଧାୟକ ତାଳଚେର ଶ୍ରୀଯୁକ୍ତ ବ୍ରଜ କିଶୋର ପ୍ରଧାନ ୧୯ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ପ୍ରଦାନ କରିଥିଲେ । ମୁଖ୍ୟତଃ ତାଳଚେରରେ ବିସ୍ଥାପିତ ମାନଙ୍କ ସମସ୍ୟା, ରାଜ୍ୟ ସରକାରଙ୍କ ୨୦୦୬ ପଲିସି ଲାଗୁ କରିବା, ଜଳ ଯୋଗାଣ, ନୂତନ ମେଡିକାଲ କଲେଜରେ ୨୦୧୯-୨୦ ବର୍ଷରେ ପାଠ ପଢା ହେବା, ପ୍ରଦୂଷଣ ରୋକିବା, ବ୍ୟବହାର ହେଉ ନଥିବା ଭୂତଳ ଖଣିରେ ବାଲି ଭତି, ପଥରମୁଣ୍ଡା ଓ କଣିହାଁ ଅଞ୍ଚଳରେ ବିସ୍ଥାପିତ ଲୋକଙ୍କୁ ଚାକିରୀ, ୩/୪ ସାଇଡିଯ ରେ ୧୩୧ ଜଣ ଠିକା ଶ୍ରମିକଙ୍କୁ ଶୀଘ୍ର ନିଯୁକ୍ତ, ତାଳଚେର – ପୁରୀ ପାସେଞ୍ଜରକୁ ଏନ୍ଟିପିସି କଣିହାଁ ପର୍ଯ୍ୟନ୍ତ ଚାଲିବା, NTPC/TTPSର SAP ଓ LAP ଜମିହରା ବିସ୍ଥାପିତ ମାନଙ୍କୁ ଶୀଘ୍ର ନିଯୁକ୍ତି ଆଦି ଦାବି ପତ୍ର ମାଧ୍ୟମରେ ଜଣାଇଲେ ।

ଅନ୍ୟମାନଙ୍କ ମଧ୍ୟରେ ତାଳଚେର ସୁରକ୍ଷା ମଞ୍ଚର ସଭାପତି ମୁରଲୀଧର ସାହୁ, ଜିଲ୍ଲା ବିଜେଡି ଉପାଧ୍ୟକ୍ଷ ସନ୍ତୋଷ ପ୍ରଧାନ, ଠିକା କର୍ମଚାରୀ ସଂଘ ସମ୍ପାଦକ ନରହରି ସାହୁ, ସରପଞ୍ଚ ଡେରା ଗ୍ରା.ପ ରଶ୍ମିତା ପ୍ରଧାନ, ସରପଞ୍ଚ ହେଂସମୂଳ ଦିଲ୍ଲୀପ, ସରପଞ୍ଚ ପଦ୍ମାବତୀପୁର ଗ୍ରା.ପ ଖୁଲଣା ପରିଡା, ସରପଞ୍ଚ ବନ୍ତୁଲ ଗ୍ରା.ପ ଅବନୀକାନ୍ତ ଦେହୁରୀ ଏବଂ ତାଳଚେର କଣିହାଁ ଅଞ୍ଚଳରୁ ଆସିଥିବା ସମସ୍ତ ଗ୍ରାମ କମିଟି ସଭାପତି, ସମ୍ପାଦକ ଓ ଗ୍ରାମବାସୀ ବୃନ୍ଦ । ଆଗାମୀ ଦିନରେ ଉକ୍ତ ଦାବୀ ଗୁଡିକ ପୁରଣ ନ ହେଲେ ତାଳଚେରବାସୀଙ୍କ ତରଫରୁ ଏହାର ଉଚିତ ଜବାବ ଦିଆଯିବ ।

error: Thank You Keep Visiting