ହାତୀ ଉପଦ୍ରବରେ ବୃଦ୍ଧ ମୃତ,ବ୍ୟାପକ ଧାନ ଫସଲ ନଷ୍ଟ

Straight to the Point

ତାଳଚେର: ତାଳଚେର ନିକଟସ୍ଥ ଗୁରୁଜାଙ୍ଗୁଲି ପଂଚାୟତର ଲିଙ୍ଗରାକଟା ଗ୍ରାମର ଜନୈକ ବୃଦ୍ଧ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ଜଣା ପଡିଛି । ମୃତ ବ୍ୟକ୍ତିଙ୍କ ନାମ ବିକ୍ରମ ରାଉତ । ଗତ ଦୁଇ ଦିନ ହେଲା ୧୮ ଟି ବଣୁଆ ହାତୀ ନିକଟସ୍ଥ ଗ୍ରାମ ପାଖରେ ରାତି ସାରା ରହି ଧାନ ଫସଲ ନଷ୍ଟ କରୁଥିଲେ । ରାତିରେ ହାତୀ ପଲ ଲିଙ୍ଗରାକଟା ଗ୍ରାମ ନିକଟବର୍ତ୍ତୀ ଆସିବାରୁ ଗ୍ରାମବାସୀ ସେମାନଙ୍କୁ ଘଉଡାଇବା ପାଇଁ ଚେଷ୍ଟା କରୁଥିଲେ । ସେତିକିବେଳେ ହାତୀ ମାନେ ଗ୍ରାମ ପାଖ ପର୍ଯ୍ୟନ୍ତ ଆସିବାରୁ ଲୋକମାନେ ଏଣେତେଣେ ଦୌଡିବାକୁ ଲାଗିଲେ । ହଠାତ୍ ଏକ ଦନ୍ତା ହାତୀ ବୃଦ୍ଧ ଜଣକୁ ଦଳି ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତି ପୂରଣ ଦେବା ପାଇଁ ଗ୍ରାମବାସୀ ମାନେ ଦାବୀ କରିବା ସହିତ ହାତୀ ମାନଙ୍କୁ ଗ୍ରାମରୁ ତଡିବା ପାଇଁ ବନ ବିଭାଗକୁ ଖବର ଦେଇଥିଲେ । ମୃତ ବୃଦ୍ଧଙ୍କୁ ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇଥିଲା ।

error: Thank You Keep Visiting