ଅନୁଗୋଳ ଜିଲ୍ଲାର ପ୍ରାୟ ପ୍ରତି ଗାଁରେ ପାଳନ ହୁଏ ଗଜଲକ୍ଷ୍ମୀ ପୂଜା

Straight to the Point

ଅନୁଗୋଳ: ଅନୁଗୋଳ ଜିଲ୍ଲାର ୪ ଟି ଉପଖଣ୍ଡ ଯଥା ଅନୁଗୋଳ, ପାଲଲହଡା, ଆଠମଲ୍ଲିକ ଓ ତାଳଚେର । ଅନୁଗୋଳ ଉପଖଣ୍ଡ ଅନୁଗୋଳ ପୌରାଞ୍ଚଳରେ ପ୍ରାୟ ୩୦ ଟି ମା ଲକ୍ଷ୍ମୀ ମେଢ ଓ ସାଜସଜା, ନାଲକୋ, ବନରପାଳ, ଛେଣ୍ଡିପତା, କୋଶଳା, ରାଣିଘୋଡା, କୁକୁଡାଙ୍ଗ, ତୁରଙ୍ଗ, ବନ୍ତଳା ଇତାଦି ଧୁମ ଧାମ୍ ରେ ମା ଲକ୍ଷ୍ମୀଙ୍କ ପୂଜା ପାଳନ ହେଉଛି । ପାଲଲହଡା ଉପଖଣ୍ଡ ଟି ଆଦିବାସୀ ବହୁଳ ହେଲେ ମଧ୍ୟ ସହରରେ ପ୍ରାୟ ୩୦ ଟି ମଣ୍ଡପରେ ମା ଲକ୍ଷ୍ମୀଙ୍କ ପୂଜା ପାଳନ ହେଉଛି । ଖମାର, ଓଡଶ, ଶଙ୍ଖମୁର, ଇତ୍ୟାଦିରେ ମଧ୍ୟ ମା ଲକ୍ଷ୍ମୀଙ୍କ ପୂଜା ପାଳନ ହୋଇଛି ।

ଠାକୁରଗଡ ବଜାରରେ ବହୁ ଧୁମ୍ ଧାମ୍ରେ ମା ଲକ୍ଷ୍ମୀଙ୍କ ପୂଜା ପାଳନ ହେଉଛି । କିଶୋର ନଗର ବ୍ଲକର କିଶୋର ନଗର ବଜାର, ବାମୁର, ନାକିଚି, ହଣ୍ଡପା ଓ ବଇଣ୍ଡା ଅଞ୍ଚଳରେ ବହୁ ସାଜସଜାରେ ମଣ୍ଡପ ଗୁଡିକ ଉତ୍ସବ ମୁଖର ହୋଇଛି । ତାଳଚେର ଉପଖଣ୍ଡର ତାଳଚେର ବ୍ଲକର କଳମଛୁଇଁ, ଡଅଁରା, ଘଣ୍ଟପଡା, ସନ୍ଥପଡା, ଜଗନ୍ନାଥପୁର, ବଡଯୋରଡା, କର୍ଣ୍ଣପୁର, ସାଉଥବଲଣ୍ଡା ଅଞ୍ଚଳରେ ବହୁ ଧୁମ ଧାମ୍ରେ ମା ଲକ୍ଷ୍ମୀଙ୍କ ପୂଜା ଶୋଭାପାଏ । ପୌରାଞ୍ଚଳର ଦେଉଳବେଡା ୩ ଟି, କେନ୍ଦୁବଣିଆ ସାଇରେ ୨ଟି, ତେଲି ସାହି, ହାଣ୍ଡିଧୁଆ ଓ ବାଘୁଆବୋଲରେ ଧୁମ୍ଧାମରେ ମା ଲକ୍ଷ୍ମୀ ପୂଜା ପାଳନ ହେଉଛି । କଣିହାଁ ବ୍ଲକର ବଜାର ଏନ୍ଟିପିସରେ ଗଜଲକ୍ଷ୍ମୀ ପୂଜା ବହୁ ସାଜସଜାରେ ପାଳନ ହୁଏ ।

error: Thank You Keep Visiting