ତିର୍ତ୍ତୋଲ କୁମାର ଉତ୍ସବ ସମିତିର ଉଦଘାଟନି ଉତ୍ସବ

Straight to the Point

ତିର୍ତ୍ତୋଲ: ଜଗତସିଂହପୁର ଜିଲ୍ଲାର ପୁରାତନ ସାଂସ୍କୃତିକ ଅନୁଷ୍ଠାନ ତିର୍ତ୍ତୋଲ କୁମାର ଉତ୍ସବ ସମିତିର ୪୫ ତମ ବାର୍ଷିକ ଉତ୍ସବ ଜୟପ୍ରକାଶ ମଇଦାନରେ ଉଦଘାଟନ ହୋଇଯାଇଅଛି । ଏହି ଉତ୍ସବରେ ଅନୁଷ୍ଠାନର ସଭାପତି ସାମ୍ବାଦିକ ବିଭୂତି ଭୂଷଣ ବିଶ୍ୱାଳ ସଭାପତିତ୍ୱ କରିଥିବାବେଳେ ମୁଖ୍ୟ ଅତିଥିଭାବେ ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକ, ମୁଖ୍ୟବକ୍ତା ନାଟ୍ୟ ନିର୍ଦ୍ଦେଶକ ତଥା ସାମ୍ବାଦିକ ପ୍ରଭାତ କୁମାର ମହାନ୍ତି, ସମ୍ମାନନୀତ ଅତିଥି ତିର୍ତ୍ତୋଲ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଜାତା ମହାନ୍ତି ପ୍ରମୁଖ ଯୋଗଦେଇ ଜଗତସିଂହପୁର ଜିଲ୍ଲା ତଥା ତିର୍ତ୍ତୋଲ ମାଟିରେ ଏଭଳି ସାଂସ୍କୃତିକ ପରମ୍ପରା ବଜାୟ ରହିଥିବାରୁ କର୍ମକର୍ତ୍ତାମାନଙ୍କୁ ସାଧୁବାଦ ଜଣାଇବା ସହିତ ଏଭଳି ଅନୁଷ୍ଠାନ ମାଧ୍ୟମରେ ଭାଇଚାରା ସୃଷ୍ଟି ହୋଇଥାଏବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ ।

ଏହି ଅବସରରେ ବରିଷ୍ଠ ନାଗରିକ ନଗେନ ପରିଜାଙ୍କୁ କୁମାର ଉତ୍ସବ ସମ୍ମାନରେ ଅତିଥିମାନେ ପୁଷ୍ପଗୁଛ, ଉପଢ଼ୌକନ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉପଦେଷ୍ଟା ନିତ୍ୟାନନ୍ଦ ଜେନା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର ସମ୍ପାଦକ ସୁବାଷ ଚନ୍ଦ୍ର ମହାପାତ୍ର ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶେଷରେ ନରେଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା ।

କେନ୍ଦ୍ରାପଡ଼ା ଅନ୍ତେଇର ରେଡ଼ ଚିଲି ଡ଼୍ୟାନ୍ସଗୃପର କଳାକାର ମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ ଓ ତିର୍ତ୍ତୋଲ କୁମାର ଉତ୍ସବର କଳାକାର ମାନଙ୍କ ଦ୍ୱାରା ଆଇନଜିବୀ ତଥା ନାଟ୍ୟ ନିର୍ଦ୍ଦେଶକ ପ୍ରିତିସ ରଞ୍ଜନ ମହାନ୍ତିଙ୍କ ନିର୍ଦ୍ଦେଶନାରେ ନାଟକ “ଗୁପ୍ତ ସମ୍ପର୍କ” ଅନୁଷ୍ଠିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ କୁମାର ଉତ୍ସବ ସମିତିର ରାକେଶ ମହାପାତ୍ର, ସୁଖେନ୍ଦୁ ଦାଶ, ନବକୁମାର ମହାପାତ୍ର, ତୁଷାର ରଞ୍ଜନ ରାୟ, ଜ୍ଞାନରଞ୍ଜନ ଦାସ, ବାପି ମହାନ୍ତି, ଟିଟା ମହାପାତ୍ର, ଅରୁଣ ମହାନ୍ତିଙ୍କ ସମେତ ଅନୁଷ୍ଠାନର କର୍ମକର୍ତ୍ତାମାନେ ପରିଚାଳନାରେ ଅଂଶଗ୍ରହଣ କରିଥିଲେ ।

error: Thank You Keep Visiting