ତିର୍ତ୍ତୋଲ ବିଧାୟିକାଙ୍କ ବିରୋଧରେ ବିଜେଡ଼ି କର୍ମୀଙ୍କ ମେଳି

An Independent Media

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ କନିମୂଳ ପଞ୍ଚାୟତରେ ତିର୍ତ୍ତୋଲ ବିଧାୟିକା ଡ଼. ରାଜଶ୍ରୀ ମଲ୍ଲିକଙ୍କ ବିରୋଧରେ ଗତ କାଲି ସନ୍ଧ୍ୟାରେ ପଞ୍ଚାୟତରେ ଥିବା କୁଟିଲମଠ ପ୍ରାଙ୍ଗଣରେ ବ୍ଲକ ବିଜେଡ଼ି ସଭାପତି ତଥା ବିଷନପୁର ସରପଞ୍ଚ ବସନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ପଞ୍ଚାୟତର ବିଜେଡ଼ି କର୍ମୀଙ୍କୁ ନେଇ ବିଧାୟିକାଙ୍କ ବିରୋଧରେ ଏକ ବୈଠକ ଅନୁଷ୍ଠିତ କରାଯାଇଥିଲା । ଏଥିରେ ଉପସ୍ଥିତ ବିଜେଡ଼ି କର୍ମୀମାନେ ବିଧାୟିକା ଡ଼. ମଲ୍ଲିକଙ୍କ କାର୍ଯ୍ୟକଳାପକୁ ଘୋର ନିନ୍ଦା କରିବା ସହିତ ଆଗାମୀ ଦିନରେ ବିଧାୟିକାଙ୍କୁ ଟିକେଟ ନମିଳିବାପାଇଁ ସ୍ୱର ଉଠାଇଥିଲେ ।

୨୦୧୪ ନିର୍ବାଚନରେ ବିଧାୟିକା ଡ଼. ମଲ୍ଲିକ ବିଜୟ ଲାଭ କରିବାପରେ କିଛି ପୁରୁଣା ବିଜେଡ଼ି କର୍ମୀଙ୍କୁ ଅଣଦେଖା କରି ତାଙ୍କ ସଙ୍ଗଠନକୁ ସୁଦୃଢ଼ କରିବାପାଇଁ ନୂଆ ସଙ୍ଗଠନ ପଛରେ ଧାଇଁଥିଲେ । ଯାହା ବ୍ଲକ ବିଜେଡ଼ି ସଭାପତି ତଥା ବିଷ୍ଣୁଙ୍କ ଖାସ ଅନୁଗତ ବସନ୍ତ ମହାପାତ୍ରଙ୍କୁ ଅଡ଼ୁଆରେ ପକାଇଥିଲା । ବସନ୍ତ ମହାପାତ୍ର ଚାହୁଁଥିଲେ ବିଧାୟିକା ଡ଼. ମଲ୍ଲିକଙ୍କୁ ତାଙ୍କ ହତମୁଠାରେ ରଖିବାପାଇଁ ଯାହା ସମ୍ଭବ ହୋଇପାରିନଥିଲା । ଯାହାକୁ ନେଇ ବସନ୍ତ ଧିରେ ଧିରେ ବିଧାୟିକାଙ୍କ ବିରୋଧିରେ ସ୍ୱର ଉଠାଇ ନିଜେ ଏକ ସଂଗଠନ ଗଢ଼ିବାପାଇଁ ଚେଷ୍ଟା ଚଳାଇଥିଲେ । ବିଜେଡ଼ି ଜିଲ୍ଲା ସଭାପତି ତଥା ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସଙ୍କ ଖାସ ଅନୁଗତଭାବେ ପରିଚିତ ତିର୍ତ୍ତୋଲ ବ୍ଲକ ବିଜେଡ଼ି ସଭାପତି ବସନ୍ତ କୁମାର ମହାପାତ୍ର(ବଚୁ) ତିର୍ତ୍ତୋଲ ବିଧାୟିକା ଡ଼. ମଲ୍ଲିକଙ୍କୁ ବିରୋଧ କରି ରାଜ୍ୟ ରାଜନିତୀରେ ଚର୍ଚ୍ଚାରେ ରହି ଆସିଛନ୍ତି । ବସନ୍ତଙ୍କ ନେତୃତ୍ୱରେ ସାରଳାରୋଡ଼ ଛକ ନିକଟରେ ଏକ ବିଜେଡ଼ି କାର୍ଯ୍ୟାଳୟ କରାଯାଇ ବିଧାୟିକାଙ୍କ ବିରୋଧ ରିତି ମତ ଷଢ଼ଯନ୍ତ୍ର ଚାଲିଥିବା ଶୁଣାଯାଉଛି । ଏହାର ମୁଖ୍ୟ କାର୍ପଟଦାର ଜିଲ୍ଲା ବିଜେଡ଼ି ସଭାପତି ତଥା ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ବିଷ୍ଣୁ ଦାସ ବୋଲି ହାଟବଜାରରେ ଚର୍ଚ୍ଚା ହେଉଛି ।

error: Thank You Keep Visiting