ସାଂସଦ ପାଣ୍ଠିକୁ ହରିଲୁଟ୍,ଠିକାଦର ଓ ଯନ୍ତ୍ରୀଙ୍କ ମଧୁଚନ୍ଦ୍ରିକାରେ ନିମ୍ନ ମାନର କାମ

Straight to the Point

ଜଗତସିଂହପୁର: ଭାରତ ବର୍ଷ ସ୍ୱାଧୀନତା ପରେ ଏଭଳି ଏକ ଗାଁ ରହିଛି ଯେଉଁ ଗାଁକୁ ଏପର୍ଯ୍ୟନ୍ତ ରାସ୍ତା ଯାଇ ନାର୍ହି । ଏଭଳି ଏକ ଅପହଞ୍ଚା ଗାଁ ହେଉଛି ବାଲିକୁଦା ବ୍ଲକ୍ ଅପଣ୍ଡରା ପଞ୍ଚାୟତ ଓଳାସ ଗାଁ । ଗାଁରେ ରାସ୍ତା ହେବ । ଏଭଳି ଖୁସିରେ ‘ଫାଟି ପଡ଼ିଥିବା ଓଳାସ ବାସୀ ଏବେ ଆଶା ଓ ଆଶଙ୍କାରେ ଛନ୍ଦି ହୋଇ ପଡ଼ିଛନ୍ତି । କାରଣ ଗାଁର ରାସ୍ତା ପାଇଁ ସାଂସଦ ଦେଇ ଥିବା ଟଙ୍କାକୁ ଠିକାଦର-ଯନ୍ତ୍ରୀ ମିଳିତ ଭାବେ ଅତି ନିମ୍ନ ମାନ କରି ହରିଲୁଟ୍ କରୁଛନ୍ତି । ଜାଣି ଶୁଣି ଯନ୍ତ୍ରୀ ଅନୁପସ୍ଥିତ ରହି ଆଜି କୁମାର ପୂର୍ଣ୍ଣିମା ଭଳି ଛୁଟି ଦିନରେ କାମ ହୋଇଛି ।

ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି । ବାଲିକୁଦା ବ୍ଲକ୍ର ମାଳ ମରିଚିପୁର ଅଞ୍ଚଳରେ ଓଳାସ ଗ୍ରାମ କାହିଁ କେଉଁ କାଳରୁ ଅବହେଳିତ ହୋଇ ପଡ଼ି ରହିଛି । ଏପର୍ଯ୍ୟନ୍ତ ଗ୍ରାମର ମୁଖ୍ୟ ରାସ୍ତା କରାଯାଇ ନାହିଁ । ତେବେ ଗ୍ରାମବାସୀଙ୍କ ଦୁଃଖକୁ ବୁଝି ସାଂସଦ କୁଳମଣୀ ସାମଲ ୫ ଲକ୍ଷ ଟଙ୍କା ୱାର୍କ ଅର୍ଡର ଦିଆଯାଇଛି । ତେବେ ରାସ୍ତା କାମ ଆରମ୍ଭରୁ ଅତି ନିମ୍ନ ମାନର କରାଯାଉଥିବା ଗ୍ରାମବାସୀ ମାନେ ବିଡ଼ିଓଙ୍କୁ ଅଭିଯୋଗ କରିଛନ୍ତି । ଅଭିଯୋଗ ଅନୁସାରେ ବାଲିକୁଦା ବ୍ଳକ୍ର କନିଷ୍ଠ ଯନ୍ତ୍ରୀ ଅଞ୍ଜନ କୁମାର ସ୍ୱାଇଁ କରିଥିବା ଏଷ୍ଟିମେଣ୍ଟ ଅନୁସାରେ ଢ଼ଳେଇ ରାସ୍ତା ପାଇଁ ମୋଟ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ଏଥିରେ ୪୪ ଏମ୍ଏମ୍ ଆକାରର ୪୪ କ୍ୟୁବିବ୍ ମିଟର ମେଟାଲ (କ୍ରସର ବ୍ରୋକେନ୍ ବ୍ଲାକ୍ ହାର୍ଡ ଗ୍ରାନାଇଟ୍)ରେ କାମ ହେବା କଥା । କିନ୍ତୁ ସଂପୃକ୍ତି ଠିକାଦର ଶହେ ଏମ୍ଏମ୍ ଠାରୁ ଅଧିକ ବଡ଼ର ହାତରେ ଭଙ୍ଗା ଯାଇଥିବା ଧଳା ମେଟାଲରେ କାମ କରୁଛନ୍ତି । ତାହା ପୁଣି ମାତ୍ର ୨ ହାଇୱା ଅର୍ଥାତ ୨୦ କ୍ୟୁବିକ୍ ମିଟର ରେ କାମ ହେଉଛି । ଅଧା ଇଞ୍ଚର ୫୧ କ୍ୟୁବିକ୍ ମିଟର ଚିପ୍ସ କାମ ହେବାକୁ ଥିବା ବେଳେ ମାତ୍ର ୧୫ କ୍ୟୁବିକ୍ ମିଟର ଚିପ୍ସ ଅଣା ଯାଇଛି । ତା ପୁଣି ଦେଢ଼ ଇଞ୍ଚର ଚିପ୍ସ ଅଣା ଯାଇ କାମ କରାଯାଉଛି ।

ଜେଇଙ୍କ ଏଷ୍ଟିମେଣ୍ଟଅନୁସାରେ ମେଟାଲ କାମରେ ୧୯୩ଟି ୫୦ କେଜି ବସ୍ତା ସିମେଣ୍ଟ ଏବଂ ଚିପ୍ସ କାମ ପାଇଁ ୩୩୦ ବସ୍ତା ସିମେଣ୍ଟ ମୋଟ ୫୨୩ ବସ୍ତା ସିମେଣ୍ଟ ଲାଗିବା କଥା । କିନ୍ତୁ ମାତ୍ର ଦେଢ଼ ଶହ ବସ୍ତା ସିମେଣ୍ଟରେ କାମ ହେଉଛି । ଏଥିରେ ଗୋଟିଏ କୁଇଣ୍ଟାଲ ପିଛା ୬୮୩ ଟଙ୍କା ହିସାବରେ ରଖାଯାଇଛି । ତେବେ ଗୋଟିଏ ବସ୍ତ । ସିମେଣ୍ଟକୁ ୩୪୧ ଟଙ୍କା ପଡ଼ୁଥିବା ବେଳେ ନିମ୍ନ ମାନର ୩୦୦ ଟଙ୍କାରୁ କମ୍ ଦାମ୍ର ସିମେଣ୍ଟ ଅଣା ଯାଇ କାମ କରାଯାଉଛି । ରାସ୍ତାର ଲମ୍ବା ମୋଟ ୪୬୦ ଫୁଟ ଏବଂ ଚଉଡ଼ା ୧୦ ‘ଫୁଟ ହେବାକୁ ଥିବା ବେଳେ ଏଥିରେ ମଧ୍ୟ କମ୍ କରାଯାଇଛି । ନିୟମ ଅନୁସାରେ ଠିକାଦାର ପ୍ରଥମେ ଆବଶ୍ୟକ ପରିମାଣର ସାମଗ୍ରୀ ମହଜୁଦ ରଖିବେ । କନିଷ୍ଠ ଯନ୍ତ୍ରୀ ଏହାର କ୍ୱାଲିଟି ଏବଂ ମାନ ଓ ପରିମାଣ ଯାଞ୍ଚ ପରେ କାମ ଆରମ୍ଭ ହେବା କଥା । ହେଲେ ଯନ୍ତ୍ରୀ ସାମଗ୍ରୀକୁ ଯାଞ୍ଚ କରିବା ପୂର୍ବରୁ କାମ ଆରମ୍ଭ କରାଯାଇଛି । ଗତ ଅଭିଯୋଗ ପରେ କନିଷ୍ଠ ଯନ୍ତ୍ରୀ ଆସିଥିଲେ ବି ତଦନ୍ତ ନକରି ଚାଲି ଯାଇଥିଲେ ।

ଏଷ୍ଟିମେଣ୍ଟ ଅନୁସାରେ ଦୁଇ କଡ଼ରେ ସାଇଡ଼୍ ୱାଲ ରହିବ । ମାଟି ଖୋଳା ଯାଇ ପ୍ରଥମେ ୨ ଇଂଚର ବାଲି, ତାପରେ ୬ ଇଂଚର ମେଟାଲ ଏବଂ ତାପରେ ୮ ଇଂଚର ଚିପ୍ସରେ ୱାଲ୍ ହେବା କଥା । ଦୁଇ ୱାଲ୍ ମଝିରେ ମାତ୍ର ୪ ଇଂଚର ବାଲି, ୪ ଇଂଚର ମେଟାଲ ଏବଂ ଉପରେ ୪ ଇଂଚର କଂକ୍ରିଟ କରାଯିବା କଥା । କିନ୍ତୁ କାମ ଆରମ୍ଭରୁ ଠିକାଦର ଓ ଯନ୍ତ୍ରୀ ମିଳିତ ଭାବେ ଅର୍ଥ ହରିଲୁଟ୍ କରିବା ପାଇଁ ଯୋଜନା କରିଛନ୍ତି । ସବୁଠାରୁ ଗୁରୁତ୍ୱ ପୂର୍ଣ୍ଣ କଥା ହେଉଛି ଯେ ଗତ କାଲି ରାତିରେ କାମ କରାଯାଇଥିବା ବେଳେ ଆଜି କୁମାର ପୂର୍ଣ୍ଣିମା ବ୍ଲକ୍ ଛୁଟି ଥିଲେ ହେଁ ସକାଳୁ ତର ତର ଭାବେ କାମ କରାଯାଇଥିଲା । ମେଟାଲ କାମ ଭାଗରେ ଗୋଟିଏ ସିମେଣ୍ଟ ବସ୍ତାରେ ୩ ଝୁଡ଼ି ବାଲି ଓ ୬ ଝୁଡ଼ି ମେଟାଲ ମିଶାଯାଇ କାମ ହେବା କଥା । ସେହିପରି ଚିପ୍ସ କାମ ଭାଗରେ ଗୋଟିଏ ସିମେଣ୍ଟ ବସ୍ତାରେ ୨ ଟି ବାଲି ଓ ୪ଟି ଝୁଡ଼ି ଚିପ୍ସ ଦିଆଯାଇ କାମ କରିବା କଥା । ହେଲେ ଆଜି ୮ଟି ମେଟାଲ ଝୁଡ଼ି , ୬ ବାଲି ଓ ଗୋଟିଏ ସିମେଣ୍ଟରେ କାମ କରାଯାଇଛି । ଚିପ୍ସ ଭାଗରେ ୬ଟା ଚିପ୍ସ, ୫ ଟା ବାଲି ଓ ଗୋଟିଏ ସିମେଣ୍ଟ ଦିଆଯାଇ କାମ କରାଯାଇଛି । ଯାହାକୁ କାମ କରୁଥିବା ଶ୍ରମିକ ସ୍ୱୀକାର କରିଛନ୍ତି ।

ଯନ୍ତ୍ରୀଙ୍କ କହିବା ଅସୁସାରେ ସେମାନେ କାମ କରୁଥିବା ନେଇ ମଧ୍ୟ ଗଣ ମାଧ୍ୟମ ସମ୍ମୁଖରେ କହିଛନ୍ତି । ଆଜି ଏହାକୁ ନେଇ ବିଡ଼ିଓଙ୍କୁ ଗ୍ରାମବାସୀମାନେ ଅଭିଯୋଗ ପରେ କାମ ବନ୍ଦ ହୋଇଥିଲା । ତେବେ ଦୀର୍ଘ ବର୍ଷ ପରେ ପ୍ରଥମ ଥର ପାଇଁ ଗାଁର ମୁଖ୍ୟ ରାସ୍ତା ପାଇଁ ସାଂସଦ ଦେଇଥିବା ଅର୍ଥ ହରିଲଉଟ୍ ହେଉଥିବା ନେଇ ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି । ଯଦି ଏଷ୍ଟିମେଟ୍ ଅନୁସାରେ କାମ କରାନଯାଏ ତେବେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।

error: Thank You Keep Visiting